ବ୍ରହ୍ମପୁର ବ୍ରଜନଗର ୩ୟ ଲାଇନରେ ଡ୍ରେନ ଖୋଳାକୁ ନେଇ ଜନ ଅସନ୍ତୋଷ ଓ ଉତ୍ତେଜନା
ଗଞାମ, ୧୬ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁର ବ୍ରଜନଗର ୩ୟ ଲେନର ଡ୍ରେନ ଖୋଳାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଏଠାରେ ଉତ୍ତର ପଟ ରୋଡର ଡ୍ରେନ ହୋଇଥିବା ବେଳେ ବର୍ତ୍ତମାନ ରୋଡର ଦକ୍ଷିଣ ପଟ ଜନସାଧାରଣଙ୍କ ଘରକୁ ଲଗାଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ଡ୍ରେନ
ବ୍ରହ୍ମପୁର ବ୍ରଜନଗର ୩ୟ ଲାଇନରେ ଡ୍ରେନ ଖୋଳାକୁ ନେଇ ଜନ ଅସନ୍ତୋଷ ଓ ଉତ୍ତେଜନା


ଗଞାମ, ୧୬ ଏପ୍ରିଲ୍ (ହି.ସ.)- ବ୍ରହ୍ମପୁର ବ୍ରଜନଗର ୩ୟ ଲେନର ଡ୍ରେନ ଖୋଳାକୁ ନେଇ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। କିଛି ଦିନ ପୂର୍ବରୁ ଏଠାରେ ଉତ୍ତର ପଟ ରୋଡର ଡ୍ରେନ ହୋଇଥିବା ବେଳେ ବର୍ତ୍ତମାନ ରୋଡର ଦକ୍ଷିଣ ପଟ ଜନସାଧାରଣଙ୍କ ଘରକୁ ଲଗାଇ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ଡ୍ରେନ ଖୋଳାକୁ ନେଇ କେନ୍ଦ୍ର କରି ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଡ୍ରେନ ନିର୍ମାଣ ହେଲେ ବର୍ଷା ପାଣି ଡ୍ରେନରେ ନଯାଇ ଜନସାଧାରଣଙ୍କ ଘର଼ ମଧ୍ଧରେ ବର୍ଷା ଜଳ ପ୍ଳାବିତ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ରୋଡ଼ ର ଉତ୍ତର ପଟେ ଯେପରି ରୋଡ଼ କୁ ଲାଗି ଡ୍ରେନ ହୋଇଛି, ଠିକ୍ ସେହିପରି ରୋଡର ଦକ୍ଷିଣ ପଟର ଲୋକଙ୍କ ଘରକୁ ଲଗାଇ ଡ୍ରେନ ନଖୋଳି ରୋଡର କରେ କରେ ଡ୍ରେନ ଖୋଳିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ଘଟଣା ପ୍ରତି ମେୟର ସଂଘମିତ୍ରା ଦଳେଇ, ବିଇଏମସି କମିଶନର, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଗୋପାଳପୁର ବିଧାୟକ ତଥା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଘଟଣାର ତୀବ୍ର ବିରୋଧ କରି ଦାବିପତ୍ର ଦିଆଯାଇଛି। ଏତତ ବ୍ୟତୀତ ଵିଇଏମସି ବିଭାଗୀୟ ଏସଡିଓଙ୍କ ମଧ୍ଧ ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande