ଆବର୍ଜନାରେ ପୂର୍ଣ୍ଣ ବ୍ରହ୍ମପୁର ସହରର ରାସ୍ତାଘାଟ
ଗଂଜାମ, 9 ଜୁଲାଇ (ହି.ସ.) ଵ୍ରହ୍ମପୁର ବଡ଼ମେଡ଼ିକାଲରୁ ଵ୍ରଜନଗର ‌ତୃତୀୟ ଲେନ ପ୍ରାୟ‌ ଦୁଇ କିଲୋମିଟର ବ୍ୟାପି ରାସ୍ତାର ଦୁରାବସ୍ଥା କହିଲେ ନସରେ। ରାସ୍ତାରେ ମାଟି ଓ ଅଳିଆ ପାହାଡ ଭଳି ଗଦା ହୋଇଛି । ଡ୍ରେନ ପାଣି ରୋଡ ଉପରେ ଭାସୁଛି। ବୁଲା ଗାଇଗୋରୁଙ୍କ‌ ପାଇଁ ରାସ୍ତା ଅଵରୋଧ ସହ ବିଭିନ୍ନ ଦୁର୍ଘଟଣା
brahmapur area restaurant


ଗଂଜାମ, 9 ଜୁଲାଇ (ହି.ସ.)

ଵ୍ରହ୍ମପୁର ବଡ଼ମେଡ଼ିକାଲରୁ ଵ୍ରଜନଗର ‌ତୃତୀୟ ଲେନ ପ୍ରାୟ‌ ଦୁଇ କିଲୋମିଟର ବ୍ୟାପି ରାସ୍ତାର ଦୁରାବସ୍ଥା କହିଲେ ନସରେ। ରାସ୍ତାରେ ମାଟି ଓ ଅଳିଆ ପାହାଡ ଭଳି ଗଦା ହୋଇଛି । ଡ୍ରେନ ପାଣି ରୋଡ ଉପରେ ଭାସୁଛି। ବୁଲା ଗାଇଗୋରୁଙ୍କ‌ ପାଇଁ ରାସ୍ତା ଅଵରୋଧ ସହ ବିଭିନ୍ନ ଦୁର୍ଘଟଣା ଘଟୁଛି।ଵିଇଏମସିଓ ଦେଖାଶୁଣା କରୁଥିବା ବିଭାଗ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande