କାନପୁର, ୩୧ ଅଗଷ୍ଟ(ହି.ସ.) – ଅପରେଶନ ସିନ୍ଦୁର ପରେ ଦେଶରେ ପଂଚମ ପୀଢ଼ିର ଅତ୍ୟାଧୁନିକ ଯୁଦ୍ଧ ବିମାନ(ଏମ୍କା)ର ବିକାଶ କରିବା ପାଇଁ ଆଦାନୀ ସମୁହ ମଧ୍ୟ ଆଗ୍ରହ ଦେଖାଇଛନ୍ତି। ପ୍ରାୟ ଆଠ ବର୍ଷରୁ ରକ୍ଷା ଉତ୍ପାଦନ କ୍ଷେତ୍ରରେ ପାଦ ରଖିଥିବା ଆଦାନୀ ଡିଫେନ୍ସି ଏଣ୍ଡ ଏୟରୋସ୍ପେସ ଛୋଟ ଅସ୍ତ୍ର ଏବଂ କାରତୁସ ବନାଇବାରେ ବୈଶ୍ୱିକ ମାନକୋ ଅନୁରୂପ ଦର୍ଜା ପ୍ରାପ୍ତ କରିଛି, ଏହାସହ ଡ୍ରୋନ୍, ମାନବ ରହିତ ଯୁଦ୍ଧ ବିମାନ, ଡ୍ରୋନ ରୋଧୀ ପ୍ରତିରକ୍ଷା କବଚ ପ୍ରସ୍ତୁତ କରିବାରେ ମନ ବନାଇଛି।
କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଶୀଷ ରାଜବଂଶୀ ଏଠାରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତାରେ କହିଛନ୍ତି ଯେ ଦେଶରେ ଆସନ୍ତା ପିଢ଼ୀର ମଧ୍ୟମ ଶ୍ରେଣୀର ଉନ୍ନତ ଯୁଦ୍ଧ ବିମାନ ବନାଇବା ପାଇଁ ରକ୍ଷା ମନ୍ତ୍ରାଳୟ ଅଭିରୁଚି ପତ୍ର ଆମନ୍ତ୍ରିତ କରିଛି, ଯାହା ଶେଷ ତାରିଖ ୩୦ ସେପ୍ଟେମ୍ବର। ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ, ଭାରତ ଇଲେକ୍ଟ୍ରୋନିିକ୍ସ ଲିମିଯେଡ ଏବଂ ଟାଟା ଏଡ଼ବାନ୍ସ ସିଷ୍ଟମନ୍ସ ସହିତ ଆଦାନୀ ଡିଫେନ୍ସ ଏଣ୍ଡ ଏରୋସ୍ପେସ ମଧ୍ୟ ଅଭିରୁଚି ଜାରି କରିଛି। ସେ କହିଛନ୍ତି ଯେ, ସରକାର କାହାକୁ ମୌକା ଦେଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି