ବସପା ଏକୁଟିଆ ଲଢ଼ିବ ବିହାର ବିଧାନସଭା ନିର୍ବାଚନ ମାୟାବତୀ ଆକାଶକୁ ପ୍ରଦାନ କଲେ ବଡ଼ ଦାୟିତ୍ୱ
ଲକ୍ଷେ୍ଣø, ୩୧ ଅଗଷ୍ଟ(ହି.ସ.) – ବିହାରରେ ଏହିବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗିଛନ୍ତି। ବହୁଜନ ସମାଜପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ବିହାର ବିଧାନସଭା ନିର୍ବାଚନ ଏକୁଟିଆ ଲଢ଼ିବାକୁ ଘୋଷଣା କରିଛନ୍ତି। ସେ ସଫା ସଫା କରିଛନ୍ତି ଯେ ବସପା କୌଣସି ପା
ବସପା ଏକୁଟିଆ ଲଢ଼ିବ ବିହାର ବିଧାନସଭା ନିର୍ବାଚନ ମାୟାବତୀ ଆକାଶକୁ ପ୍ରଦାନ କଲେ ବଡ଼ ଦାୟିତ୍ୱ


ଲକ୍ଷେ୍ଣø, ୩୧ ଅଗଷ୍ଟ(ହି.ସ.) – ବିହାରରେ ଏହିବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗିଛନ୍ତି। ବହୁଜନ ସମାଜପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ବିହାର ବିଧାନସଭା ନିର୍ବାଚନ ଏକୁଟିଆ ଲଢ଼ିବାକୁ ଘୋଷଣା କରିଛନ୍ତି। ସେ ସଫା ସଫା କରିଛନ୍ତି ଯେ ବସପା କୌଣସି ପାର୍ଟି ସହିତ ମେଂଟ ନକରି ଏକା ନିଜ ଦମ୍‌ରେ ବିହାର ନିର୍ବାଚନ ଲଢ଼ିବ। ବସପା ପ୍ରମୁଖ ମାୟାବୀ ବିଧାନସଭା ନିର୍ବାଚନରେ ଯାତ୍ରା ଏବଂ କାର୍ଯ୍ୟକ୍ରମର ଦାୟିତ୍ୱ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଆକାଶ ଆନନ୍ଦ, କେନ୍ଦ୍ରୀୟ କୋଅର୍ଡିନେଟର ଏବଂ ରାଜ୍ୟସଭା ସାଂସଦ ରାମଜୀ ଗୌତମ ଏବଂ ବିହାର ଷ୍ଟେଟ ୟୁନିଟ୍‌କୁ ପ୍ରଦାନ କରିଛନ୍ତି।

ବସପା ପ୍ରମୁଖ ମାୟାବତୀ ରବିବାର ଦିନ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ବିହାର ବିଧାନସଭା ପାଇଁ ଜଲ୍‌ଦି ଆସନ୍ତା କିଛି ମାସରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବସପା ପ୍ରାର୍ଥୀଙ୍କ ଚୟନ ସହିତ ପାର୍ଟିର ସମସ୍ତ ସ୍ତରର ପ୍ରସ୍ତୁତିକୁ ନେଇ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ଗତ ଦୁଇଦିନର ବୈଠକ କରି ଗଭୀର ଚର୍ଚ୍ଚା କରାଯାଇଛି। ଏହି ଅବସରରେ ପାର୍ଟି ପଦାଧିକାରୀ ଏକୁଟିଆ ନିଜ ବଳରେ ନିର୍ବାଚନ ଲଢ଼ିବାର ନିଷ୍ପତିକୁ ଦୃଷ୍ଟିରେ ରଖି ଆସନ୍ତା ଦିନରେ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖକୁ ମଧ୍ୟ ଅନ୍ତିମ ରୂପ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande