ମରିସସ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେଲେ ଧାମି
ଡେରାଡୁନ, ୧୫ ସେପ୍ଟେମ୍ବର (ହି.ସ.)- ମରିସସ ପ୍ରଧାନମନ୍ତ୍ରୀ ଡଃ. ନବୀନଚନ୍ଦ୍ର ରାମଗୁଲାମ ଉତରାଖଣ୍ଡରେ ତାଙ୍କର ଚାରି ଦିନିଆ ରହଣି ସମାପ୍ତ କରି ଆଜି ସ୍ୱଦେଶ ଫେରିଛନ୍ତି । ଉତରାଖଣ୍ଡ ଛାଡିବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ତାଙ୍କୁ ଜଲିଗ୍ରାଂଟ ବିମାନବନ୍ଦରରେ ଭେଟି ବିଦାୟ ଦେଇଥିଲେ ।
ମରିସସ ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେଲେ ଧାମି


ଡେରାଡୁନ, ୧୫ ସେପ୍ଟେମ୍ବର (ହି.ସ.)- ମରିସସ ପ୍ରଧାନମନ୍ତ୍ରୀ ଡଃ. ନବୀନଚନ୍ଦ୍ର ରାମଗୁଲାମ ଉତରାଖଣ୍ଡରେ ତାଙ୍କର ଚାରି ଦିନିଆ ରହଣି ସମାପ୍ତ କରି ଆଜି ସ୍ୱଦେଶ ଫେରିଛନ୍ତି । ଉତରାଖଣ୍ଡ ଛାଡିବା ପୂର୍ବରୁ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ତାଙ୍କୁ ଜଲିଗ୍ରାଂଟ ବିମାନବନ୍ଦରରେ ଭେଟି ବିଦାୟ ଦେଇଥିଲେ । ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଧାମି ତାଙ୍କୁ ଚାରଧାମର ପବିତ୍ର ପ୍ରସାଦ ଏବଂ ରାଜ୍ୟର ଅମ୍ବ୍ରେଲା ବ୍ରାଣ୍ଡ 'ହାଉସ୍ ଅଫ୍ ହିମାଳୟାଜ'ର ଉତ୍ପାଦ ସ୍ମାରକୀ ଭାବରେ ପ୍ରଦାନ କରିଥିଲେ ।

ଏହି ଅବସରରେ, ମରିସସ ପ୍ରଧାନମନ୍ତ୍ରୀ ଡଃ. ରାମଗୁଲାମ ଉତରାଖଣ୍ଡର ଆତିଥ୍ୟ ପରମ୍ପରାର ପ୍ରଶଂସା କରିବା ସହିତ କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ସାରା ବିଶ୍ୱରେ ଭାରତର ପତାକା ଉଡୁଛି । ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ମରିସସର ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନିଶ୍ଚିତ ଭାବରେ ଭାରତ ଏବଂ ମରିସସ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ନିବିଡ଼ ଏବଂ ସୁଦୃଢ଼ କରିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande