ଡେରାଡୁନ, 15 ସେପ୍ଟେମ୍ବର (ହି.ସ.)
- ଜୌଲିଗ୍ରାଣ୍ଟ
ବିମାନବନ୍ଦରରୁ ବେଙ୍ଗାଲୁରୁ ପାଇଁ ଆଜିଠାରୁ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର
ସିଂହ ଧାମି ଆଜି ଜୌଲିଗ୍ରାଣ୍ଟ ବିମାନବନ୍ଦରରୁ ବେଙ୍ଗାଲୁରୁ ପାଇଁ ଏହି ବିମାନ ସେବାକୁ ଫ୍ଲାଗ
ଅଫ୍ କରିବେ। ଏହି ସହିତ, ଉତ୍ତରାଖଣ୍ଡ ନାଗରିକ ଉଡାଣ ବିକାଶ ପ୍ରାଧିକରଣ ଆଜିଠାରୁ
କେଦାରନାଥ ଧାମ ପାଇଁ ହେଲିକପ୍ଟର୍ ସେବା ମଧ୍ୟ ଆରମ୍ଭ କରୁଛି।
ସୂଚନା ଅନୁଯାୟୀ, ଜୌଲିଗ୍ରାଣ୍ଟ ବିମାନବନ୍ଦରରୁ ବେଙ୍ଗାଲୁରୁ ପାଇଁ ବିମାନ ପ୍ରତିଦିନ ସଂଧ୍ୟା 4ଟାରେ ଡେରାଡୁନରେ (ଡୁନ) ପହଞ୍ଚିବ ଓ 4ଟା 30ମିନିଟ୍ରେ ବେଙ୍ଗାଲୁରୁ ପାଇଁ ପ୍ରସ୍ଥାନ କରିବ । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପରେ, ଏହି ହେଉଛି ଡୁନରୁ ବେଙ୍ଗାଲୁରୁ ପାଇଁ ତୃତୀୟ ସିଧାସଳଖ ବିମାନ ସେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା