ନୂଆଦିଲ୍ଲୀ, 15 ସେପ୍ଟେମ୍ବର (ହି.ସ.)
- କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହା ଝାରଖଣ୍ଡର ହଜାରିବାଗ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ନକ୍ସଲ
କମାଣ୍ଡର୍ ସହଦେବ ସୋରେନ ଓରଫ ପରଭେଶ ଓ ତା ସହିତ ଆଉ ଦୁଇ ଜଣ ନକ୍ସଲ ନିହତକୁ ବଡ଼ ସଫଳତା ବୋଲି
କହିଛନ୍ତି। ସେ କହିଛନ୍ତି ଯେ, ଏହି ଅଭିଯାନ ପରେ ଉତ୍ତର ଝାରଖଣ୍ଡର ବୋକାରୋ ଅଞ୍ଚଳରୁ ନକ୍ସଲବାଦ ସମ୍ପୂର୍ଣ୍ଣ ଭାବେ
ସମାପ୍ତ ହୋଇଛି। ଶୀଘ୍ର ହିଁ ସମ୍ପୂର୍ଣ୍ଣ ଦେଶ ନକ୍ସଲବାଦ ସମସ୍ୟାରୁ ମୁକ୍ତ ହେବ।
ଶାହ ତାଙ୍କ ଏକ୍ସ ପୋଷ୍ଟରେ
କହିଛନ୍ତି ଯେ, ଆଜି ହଜାରିବାଗରେ ସିଆରପିଏଫର କୋବ୍ରା ବାଟାଲିୟନ୍ ଓ ରାଜ୍ୟ ପୁଲିସର
ମିଳିତ ଟିମ୍ ଏକ ନକ୍ସଲ ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛନ୍ତି ।
ଏହି ଅଭିଯାନରେ 1 କୋଟି
ଟଙ୍କା ଇନାମି କୁଖ୍ୟାତ ନକ୍ସଲ କମାଣ୍ଡର୍ସହଦେବ ସୋରେନ ଓରଫ
ପରଭେଶ ନିହତ ହୋଇଛି । ଅନ୍ୟ ଦୁଇଜଣ ଇନାମି ନକ୍ସଲ — ରଘୁନାଥ ହେମ୍ବ୍ରମ ଓରଫ
ଚଞ୍ଚଲ ଓ ବିରସେନ ଗାଁଝୁ ଓରଫ ରାମଖେଲାୱନ ମଧ୍ୟ ନିହତ ହୋଇଛନ୍ତି ।
ଏହି ଅପରେସନରେ ଉତ୍ତର
ଝାରଖଣ୍ଡର ବୋକାରୋ ଅଞ୍ଚଳରୁ ନକ୍ସଲବାଦ ସଂପୂର୍ଣ୍ଣ ଭାବେ ଶେଷ ହୋଇଛି ଓ ଖୁବ୍ ଶୀଘ୍ର ସମୟରେ
ସମଗ୍ର ଭାରତ ନକ୍ସଲ ସମସ୍ୟାରୁ ମୁକ୍ତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା