ଭୁବନ, ୧୬ ସେପ୍ଟେମ୍ବର (ହି.ସ.) -ଏସିଆ ମହାଦେଶର ସର୍ବ ବୃହତମ ଗ୍ରାମ ଭାବେ ପରିଚିତ ଭୁବନ ୧୯୭୨ ମସିହାରେ ବିଜ୍ଞାପିତ ଅଂଚଳ ପରିଷଦ ( ଏନ୍ ଏ ସି ) ହୋଇଥିଲା । ଦୀର୍ଘ ୫୦ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସେହି ଏନ୍ ଏ ସି ରେ ସୀମିତ ରହିଛି । ସବୁ ଯୋଗ୍ୟତା ଥାଇ ମଧ୍ୟ ସବ ଡିଭିଜନ ହୋଇପାରିନାହିଁ । ଭୁବନକୁ ସବ ଡିଭିଜନ ଘୋଷଣା ଦାବିରେ ପୂର୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଡଃ ସୁବାଷ ନାୟକ ଙ୍କ ଆବାହକତ୍ୱରେ କ୍ରିୟାନୁଷ୍ଠାନ କମିଟି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭୁବନ ପଂଚାୟତ ସମିତି (ବ୍ଲକ ) ଓ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି ) ଭୌଗୋଳିକ ପରିସୀମା ତଥା ଜନସଂଖ୍ୟା ଓ ସରକାର ଙ୍କ ନୋଟିଫିକେସନ ଆଧାର ରେ ଅନୁଷ୍ଠିତ ପ୍ରଥମ କ୍ରିୟାନୁଷ୍ଠାନ କମିଟି ବୈଠକରେ ସର୍ବସମ୍ମତ କ୍ରମେ ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନାଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା । ଏହି ବୈଠକ ରେ ପୂର୍ବତନ ନଗରପାଳ ନରହରି ସାହୁ , ଢେଙ୍କାନାଳ ଜିଲ୍ଲା ଖାଉଟି ସୁରକ୍ଷା ମୀମାଂସା ପୀଠ ର ପୂର୍ବତନ ସଭାପତି ଆଡ଼ଭୋକେଟ ସନାତନ ଗୁରୁ , ବିଜେଡି ନେତା ଅଜୟ ସେଠୀ,ବିଜେପି ନେତା ସନାତନ ପାତ୍ର, ନାବାଡ଼ ର ଆବସର ପ୍ରାପ୍ତ ଏଜିମ ମାୟାଧର ନାୟକ, ,ଏବିଭିପି ଓଡ଼ିଶା ର ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲୀପ କୁମାର ଦାସ , ସମାଜସେବୀ ରାମଚନ୍ଦ୍ର ନାୟକ, କାପୁଡିଆ ସମାଜ ଜିଲ୍ଲା ସଭାପତି ରାମ ଚନ୍ଦ୍ର ରାଉତ , କାଳୀ ବଜାର ବଣିକ ସଙ୍ଘ ସଭାପତି ସମୀର କୁମାର ସାହୁ , ଦୁର୍ଗା ବଜାର ବଣିକ ସଙ୍ଘ ବରିଷ୍ଠ ସଭ୍ୟ ଶ୍ରୀ ଶ୍ରୀକାନ୍ତ ସାହୁ , ଆଡ଼ଭୋକେଟ ଶ୍ରୀନିବାସ ଗୁରୁ, ଯୁବ ସମାଜସେବୀ ଲଷ୍ମୀଣ ଦାସ,ଆମ୍ବୁଜ ସାହୁ ,ନିରଞ୍ଜନ ଗୁରୁ, କାଉନସିଲର ପପୁ କୁମାର ସାହୁ,ବରିଷ୍ଠ ନାଗରିକ ଦୁର୍ଗା ପ୍ରସାଦ ପୃଷ୍ଟି,ରଥ ସେଠୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା ଓ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରମୁଖ ଯୋଗଦେଇ ସବଡିଭିଜନ ପାଇଁ ମତାମତ ଦେଇଥିଲେ ।
କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନାଙ୍କ ନେତୃତ୍ୱ ରେ ସରକାର ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ ସହିତ କରି ଭୁବନ କୁ ସବ ଡିଭିଜନ ଘୋଷଣା କରିବାକୁ ଦାବି ଉପସ୍ଥାପନା କରାଯିବାକୁ ନିଷ୍ପତି ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ