ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ନାଲକୋର ଫେକ
ଜଏନିଂ ଲେଟର ଦେଇ ବନ୍ଧା ହେଲା ଦଲାଲ । ନରେଶ ବାରିକଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ । ତା
ନିକଟରୁ ନାଲକୋର ଫେକ୍ ଜଏନିଂ ଲେଟର୍, ଗେଟ ପାସ୍ ଏବଂ ମେଡିକାଲ ଫିଟନେସ ସାର୍ଟିଫିକେଟ ଜବତ କରିଛି ପୋଲିସ ।
ଫେକ୍ ଜଏନିଂ ଲେଟର ଦେଇ ଜଣେ ଯୁବକଙ୍କ ଠାରୁ 18ଲକ୍ଷ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ । ଥାନାରେ ଅଭିଯୋଗ ହେବା ପରେ
ପୋଲିସ ଗିରଫ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା