ଭୁବନେଶ୍ୱର, 16 ସେପ୍ଟେମ୍ବର (ହି.ସ.)- ସ୍ପିଡ୍ ସ୍କେଟିଂ ୱାର୍ଲ୍ଡ ଚାମ୍ପିୟନଶିପ୍ରେ 1000 ମିଟର୍ ସ୍ପ୍ରିଣ୍ଟରେସ୍ୱର୍ଣ୍ଣ ପଦକ ଜିତିଥିବା ଆନନ୍ଦ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମୁଁ ଆନନ୍ଦକୁମାର୍ ଭେଲ୍କୁମାର୍ଙ୍କୁ
ସ୍ପିଡ୍ ସ୍କେଟିଂ ୱାର୍ଲ୍ଡ ଚାମ୍ପିୟନଶିପ୍ରେ 1000 ମିଟର୍ ସ୍ପ୍ରିଣ୍ଟରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅଭିନନ୍ଦନ
ଜଣାଉଛି।
ତାଙ୍କର ଦୃଢ଼ ସଂକଳ୍ପ,
ତ୍ୱରିତ ଗତି ଓ ନିଷ୍ଠା ଭାରତକୁ ବିଶ୍ୱମଞ୍ଚରେ ସ୍ଥାନ ଦେଇଛି ଏବଂ ଦେଶର ଅନେକ ଯୁବବର୍ଗଙ୍କୁ ପ୍ରେରଣା ଦେଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଆପଣଙ୍କ ଭବିଷ୍ୟତ
ପାଇଁ ସଫଳତା କାମନା କରୁଛି’ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା