ପ୍ରଥମ ଥର ପାଇଁ ଇ.ଭି.ଏମ୍ ରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ
ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଇ.ଭି.ଏମ୍ ବାଲଟ୍ ପେପରଗୁଡ଼ିକର ସ୍ପଷ୍ଟତା ଏବଂ ପଠନୀୟତା ବୃଦ୍ଧି କରିବା ପାଇଁ ନିର୍ବାଚନ ଆଚରଣ ନିୟମ, ୧୯୬୧ ର ନିୟମ ୪୯ଖ ଅନୁଯାୟୀ ବିଦ୍ୟମାନ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ସୁଗମ,ଉନ୍ନତ ଏବଂ ଭୋଟର
ପ୍ରଥମ ଥର ପାଇଁ ଇ.ଭି.ଏମ୍ ରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ


ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ)- ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଇ.ଭି.ଏମ୍ ବାଲଟ୍ ପେପରଗୁଡ଼ିକର ସ୍ପଷ୍ଟତା ଏବଂ ପଠନୀୟତା ବୃଦ୍ଧି କରିବା ପାଇଁ ନିର୍ବାଚନ ଆଚରଣ ନିୟମ, ୧୯୬୧ ର ନିୟମ ୪୯ଖ ଅନୁଯାୟୀ ବିଦ୍ୟମାନ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ସୁଗମ,ଉନ୍ନତ ଏବଂ ଭୋଟରଙ୍କ ପାଇଁ ସୁବିଧା ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଦ୍ୱାରା ଗତ ୬ ମାସରେ ନିଆଯାଇଥିବା ୨୮ ଟି ପଦକ୍ଷେପ ସହ ଏହି ପଦକ୍ଷେପ ସଙ୍ଗତ।

ବର୍ତମାନଠାରୁ, ଇ.ଭି.ଏମ୍ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରଙ୍ଗୀନଫଟୋ ମୁଦ୍ରିତ ହେବ। ଭଲ ଦୃଶ୍ୟମାନତା ପାଇଁ ପ୍ରାର୍ଥୀଙ୍କ ମୁହଁ ତିନି-ଚତୁର୍ଥାଂଶ ସ୍ଥାନ ଅଧିକାର କରିବ। ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା/ନୋଟା ଭାରତୀୟ ସଂଖ୍ୟାର ଆନ୍ତର୍ଜାତୀୟ ରୂପରେ ମୁଦ୍ରିତ ହେବ। ସ୍ପଷ୍ଟତା ପାଇଁ ଫଂଟ ଆକାର ୩୦ ଏବଂ ବୋଲ୍ଡ ଅକ୍ଷରରେ ହେବ। ସମାନତା ସୁନିଶ୍ଚିତ କରିବା ପାଇଁ, ସମସ୍ତ ପ୍ରାର୍ଥୀ/ନୋଟାଙ୍କ ନାମ ସମାନ ଫଂଟ ପ୍ରକାରରେ ଏବଂ ସହଜ ପଠନୀୟତା ପାଇଁ ଯଥେଷ୍ଟ ବଡ଼ ଫଂଟ ଆକାରରେ ମୁଦ୍ରିତ ହେବ।

ଇ.ଭି.ଏମ୍ ବାଲଟ୍ ପେପରଗୁଡ଼ିକ ୭୦ ଜି.ଏସ.ଏମ କାଗଜରେ ମୁଦ୍ରିତ ହେବ। ବିଧାନସଭା ନିର୍ବାଚନ ପାଇଁ, ନିର୍ଦ୍ଦିଷ୍ଟ ଆର.ଜି.ବି ମୂଲ୍ୟର ଗୋଲାପୀ ରଙ୍ଗର କାଗଜ ବ୍ୟବହାର କରାଯିବ। ବିହାରରୁ ଆରମ୍ଭ ହୋଇ ଅପଗ୍ରେଡ୍ ହୋଇଥିବା ଇ.ଭି.ଏମ୍ ବାଲଟ୍ ପେପରଗୁଡ଼ିକ ଆଗାମୀ ନିର୍ବାଚନରେ ବ୍ୟବହାର କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande