ସମ୍ବଲପୁର, ୧୮ ସେପ୍ଟେମ୍ବର (ହି.ସ.) ଜନୈକ କାମୁକ ବ୍ଯକ୍ତି ନିର୍ଜନ ତାର ସୁଯୋଗ ନେଇ ଗୋଟିଏ ଗାଇକୁ ଦୁଷ୍କର୍ମ କରିବା ପରେ ହତ୍ଯା କରିଥିବା ଭଳି ଏକ ସଙ୍ଗୀନ ଅପରାଧ ସମଗ୍ର ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସମ୍ବଲପୁର ସହରର ଭାଲୁପାଲି ଅଞ୍ଚଳରେ ଘଟିଛି ଏଭଳି ଲଜ୍ଯାଜନକ ଅପରାଧ । ଅପରାଧ ଘଟିଥିବା ସ୍ଥାନର ଏକ ସିସିଟିଭି ଫୁଟେଜ ବଖାଣିଛି ଅଭିଯୁକ୍ତ କାମୁକର ସବୁ କାରନାମା । ବାହାରେ ଥିବା ଗାଇଟିକୁ ଘୋଷାଡି ଘୋଷାଡି ଲୁହା ଗ୍ରୀଲ୍ ଗେଟ୍ ପାଖକୁ ନେଇ ଗାଇର ବେକକୁ ବାନ୍ଧିବା ପରେ କରିଛି ଏହି ନାରକୀୟ ଦୁଷ୍କର୍ମ କାଣ୍ଡ । ଦୁଷ୍କର୍ମ ପରେ ବନ୍ଧାଥିବା ଥିବା ଅବସ୍ଥାରେ ଗାଇଟିକୁ ଛାଡି କାମୁକ ଜଣଙ୍କ ଚାଲିଯିବା ଫଳରେ ସେହିଠାରେ ହିଁ ଗାଇଟିର ମୃତ୍ଯୁ ଘଟିଛି । ଏହି ଲଜ୍ଯାଜନକ ଦୁଷ୍କର୍ମ ଘଟଣାର ତମାମ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଅଇଁଠାପାଲି ଥାନା ପୋଲିସ ଭିଡିଓ ଫୁଟେଜ୍ ଆଧାରରେ ତଦନ୍ତକୁ ଜୋରଦାର କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ