ଧାମନଗର ପୂଜ୍ୟପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଚାରା ରୋପଣ ଓ ଆଲୋଚନା ଚକ୍ର
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଖଡ଼ିପଦା ପଂଚାୟତ ର କାବେଶ୍ୱର ମହାଦେବ ମନ୍ଦିର ପରିସର ରେ ଚାରା ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା। ପରେ ଖଡ଼ିପଦା ସ୍ଥିତ ଧୀରେନ୍ଦ୍ର ନାରାୟଣ ଲାଇବ୍ରେରି ପରିସର ରେ ପରିଷଦ ପକ୍ଷରୁ ପରିବେଶ ସୁରକ୍ଷା ଓ ଆମ ଦାଇତ୍ୱ ଉ
DHAMNAGAR PUJYA PUJA PARISHAD


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଧାମନଗର ପୂଜ୍ୟ ପୂଜା ସାଂସ୍କୃତିକ ପରିଷଦ ପକ୍ଷରୁ ଖଡ଼ିପଦା ପଂଚାୟତ ର କାବେଶ୍ୱର ମହାଦେବ ମନ୍ଦିର ପରିସର ରେ ଚାରା ରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା। ପରେ ଖଡ଼ିପଦା ସ୍ଥିତ ଧୀରେନ୍ଦ୍ର ନାରାୟଣ ଲାଇବ୍ରେରି ପରିସର ରେ ପରିଷଦ ପକ୍ଷରୁ ପରିବେଶ ସୁରକ୍ଷା ଓ ଆମ ଦାଇତ୍ୱ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିଲା। ପରିଷଦ ର ଉପସଭାପତି ହୃଦାନନ୍ଦ କର ଙ୍କ ସଂଯୋଜନାରେ ଏ ବି ଇ ଓ ମନୋଜ କୁମାର ଜେନା, ଧାମନଗର ମହାବିଦ୍ୟାଳୟ ର ଅଧକ୍ଷ ଅଜୟ କୁମାର ବେଜ,ପୂର୍ବତନ ଏବିଇଓ ଭୋଳାନାଥ ସାହୁ,ଶିକ୍ଷାବିତ କୃତିବାସ ତ୍ରୀପାଠୀ,କାନ୍ତ ସାହିତ୍ୟ ପରିଷଦ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା, ଶିକ୍ଷାବିତ୍ ଅଭୀମନ୍ୟୁ ମଲିକ, ପ୍ରିୟ ରଂଜନ ସାମଲ,ଦାମୋଦର ନନ୍ଦ,ଅରୂପ ନନ୍ଦ, ପ୍ରଭାତ ତ୍ରିପାଠୀ,ବିଶ୍ୱ ନାଥ ଦାସ, ବାସୁଦେବ ପରିଡା, ବିଜୟ ଶଙ୍କର,ନାୟକ, ସୁବାଷ ନନ୍ଦ, କୁଳମଣି ବେହେରା, ରତ୍ନାକର ପୃଷ୍ଟି, ରାକେଶ ନନ୍ଦ ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଆମ ର ଦାଇତ୍ୱ ଅନେକ। ପ୍ରତ୍ୟେକ ବେକ୍ତି ଜୀବନ କାଳ ମଧ୍ୟରେ ଗଛଟିଏ ଲଗାଇବା ସହ ସେହି ଗଛ କୁ ବଞ୍ଚାଇ ରଖିବା ଦାଇତ୍ୱ ରହିଛି ବୋଲି ବକ୍ତା ମାନେ କହିଥିଲେ। ଏହି ଅବସରରେ ସମାଜସେବୀ ଡାକ୍ତର ବିକାଶ ନାରାୟଣ ନନ୍ଦ କୁ ସେବା ପାଇଁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଅବସର ରେ କବିତା ପାଠ ମଧ୍ୟ କରା ଯାଇଥିଲା।ପରିଷଦ ର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଶାନ୍ତ ସାହୁ, ବିଶ୍ୱଜିତି ପଲାଇ,ସରୋଜ ଖୁଂଟିଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଶେଷ ରେ ପରିଷଦ ର ଉପଦେଷ୍ଟା କୃଷ୍ଣ ଚଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande