କୋଦାଳ ଓ ଝାଡୁ ଧରି ମହାନଗର ନିଗମର କମିଶନର କଲେ ସଫେଇ

ସମ୍ବଲପୁର, ୧୮ ସେପ୍ଟେମ୍ବର (ହି.ସ.)

'ସ୍ୱଚ୍ଛତା ହିଁ ସେବା' ଏହାକୁ ହୃଦୟଙ୍ଗମ କରି ଆଜି ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସମଲେଶ୍ୱରୀ ମନ୍ଦିର ଅଞ୍ଚଳରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ନିଜେ ହାତରେ ଝାଡୁ ଓ କୋଦାଳ ଧରି ଯୁବ ଆଇଏଏସ ଅଫିସର ତଥା ସମ୍ବଲପୁର ମହାନନଗର ନିଗମ କମିଶନର ରୋହନ ଖତ୍ରୀ ଆବର୍ଜନା ସଫେଇ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ରାସ୍ତା ପାର୍ଶ୍ବରେ ଥିବା ଦୋକାନ ମାନଙ୍କୁ ଅଳିଆ ଆବର୍ଜ୍ଜନା ରାସ୍ତା ଉପରେ ନପକାଇବା ପାଇଁ ମଧ୍ୟ ସଚେତନ କରାଇଥିବା ଦେଖା ଯାଇଥିଲା । ସେହିପରି ସହରର ବିଭିନ୍ନ ସ୍ଥାନ ବୁଲି କମିଶନର ନିଜେ ସଫା କରିବା ସହିତ ଅନୁଗତ ସହକର୍ମୀ ଓ କର୍ମଚାରୀଙ୍କୁ ମଧ୍ୟ ସ୍ବଚ୍ଛତା ରକ୍ଷା ଦିଗରେ ଉତ୍ସାହିତ କରୁଛନ୍ତି । ଆଜି ସକାଳୁ ସକାଳୁ ଏଭଳି ଦୃଶ୍ଯ ସହରବାସୀଙ୍କୁ ବେଶ୍ ଚକିତ କରିଥିଲା । କମିଶନରଙ୍କୁ ସାଙ୍ଗରେ ପାଇ ସ୍ବଚ୍ଛ କର୍ମଚାରୀ ମଧ୍ଯ ସଫେଇ କାର୍ଯ୍ଯକୁ ଅଧିକ କ୍ଷିପ୍ର ଗତିରେ କରୁଥିବା ଦେଖାଯାଇଥିଲା । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କମିଶନରଙ୍କୁ ସମ୍ବଲପୁର ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବା ପାଇଁ କହିଥିଲେ | ଏଥିପାଇଁ ଆଜି ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଓ ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହି ସଫେଇ ଅଭିଯାନରେ ସାମିଲ ହୋଇ ବିଭିନ୍ନ ରାସ୍ତାକୁ ଅଳିଆ ଆବର୍ଜ୍ଜନାମୁକ୍ତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande