ବଲାଙ୍ଗିର, ୧୮ ସେପ୍ଟେମ୍ବର (ହି.ସ.)- ଓଡିଆ ସାହିତ୍ଯ ସଂସଦ ପଶ୍ଚିମାଞ୍ଚଳ ସଭାପତି ଶ୍ରୀମତୀ ରଶ୍ମି ପାତ୍ରଙ୍କ ସଭାପତିତ୍ବରେ ଏକ ବହୁଭାଷୀ କବିତା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ଡକ୍ଟର ଭବାନୀ ଶଙ୍କର ପଟେଲ ମୂଖ୍ଯବକ୍ତା ଭାବରେ ଯୋଗଦାନ ଦେଇ ଓଡିଆ ସାହିତ୍ଯର ବଭିନ୍ନ ଦିଗ ପାଇଁ ଉଦବୋଧନ ଦେଇଥିଲେ ଓ ସାହିତ୍ଯର ଅସ୍ମିତା ସମ୍ପର୍କରେ ଆଲୋକପାତ କରିଥିଲେ । ସଂସଦର ପ୍ରତିଷ୍ଠାତା ଶ୍ରୀ ଚିତ୍ରସେନ ମହାରଣା ଓ ସଂପାଦକ ଦିଲୀପ ପୁରୋହିତ ମଧ୍ୟ ଉଦବୋଧନ ଦେଇଥିଲେ । ମମତା ପାତ୍ର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସକୁନ୍ତଳା ପାତ୍ର ମଞ୍ଚ ପରିଚାଳନା କରିଥିଲେ ।
ଏଥିରେ ସୁଷମା ଦାସ, ବନ୍ଦନା କର , ଝରଣା ସାହୁ ସହଯୋଗ କରିଥିଲେ । ସୁଶ୍ରୀ କୁମୁଦିନୀ ପୃଷ୍ଟି , ହରିପ୍ରିୟା ପାଣିଗ୍ରାହି, ଧନିରାଜ୍ ନାଗ, ବଳିଷ୍ଠ ପଧାନ, ସତ୍ୟ ନାରାୟଣ ମିଶ୍ର, ନିରୁପମା ମିଶ୍ର, ହିରାବତୀ ସାହୁ। ଏହିପରି ଅନେକ କବି ଏବଂକବୟିତ୍ରୀ ଯୋଗଦାନ ଦେଇ ନିଜର ସୁ ରଚିତ କବିତା ପଠନ କରିଥିଲେ ।।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ