ମାଲକାନଗିରି, ୧୮ ସେପ୍ଟେମ୍ବର (ହି.ସ.)- ଡାରୱିନ୍ ମେମୋରିଆଲ୍ ଡିଗ୍ରୀ କଲେଜ, କୁଡୁମୁଲୁଗୁମ୍ମା, ଏନ ଏସ ଏସ ସହ-ୟୁନିଟ୍ ୧ ପକ୍ଷରୁ ସ୍ଥାନୀୟ ଦଣ୍ଡସେନାଗୁଡ଼ା ଠାରେ ଗତକାଲି ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ ଆଧ୍ୟାପିକା ସଞ୍ଜିତା ଖୋସଲା, ରାଜନୀତି ବିଜ୍ଞାନ ଅଧ୍ୟାପକ ଜହନ କୋରା ଏବଂ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ଵଜିତ୍ ମହାନ୍ତି ସ୍ୱା ଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍ୱେଚ୍ଛାସେବକମାନଙ୍କୁ ଶିବିର କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ସମାଜ ବିକାଶରେ ଯୋଗଦାନ ଦେବାକୁ ଉତ୍ସାହିତ କରାଯାଇଥିଲାl
ଶିବିରର ଲକ୍ଷ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ସମାଜ-ମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱ, ନେତୃତ୍ୱ ଏବଂ ସେବା ମନୋଭାବ ସୃଷ୍ଟି କରିବା l ଏହି ଶିବିର ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ