ଦୁଇଟି ବସରେ କନ୍ଧମାଳରୁ ଅଯୋଧ୍ୟା ଓ ବାରାଣାସୀକୁ ଆଧ୍ୟାତ୍ମିକ ଯାତ୍ରାରେ ବାହାରିଲେ ୯୧ ଜଣ ବରିଷ୍ଠ ନାଗରିକ
Senior citizen tourists program from Phulbani
ଫୋଟ


ଫୋଟ ୨


କନ୍ଧମାଳ, ୧୮ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ର ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୯୧ ଜଣ ବରିଷ୍ଠ ନାଗରିକ ଦୁଇଟି ବସ୍ ଯୋଗେ ଅଯୋଧ୍ୟା ଓ ବାରଣାସୀ ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସେମାନେ ବସ୍ ଯୋଗେ ବ୍ରହ୍ମପୁର ଏବଂ ବ୍ରହ୍ମପୁର ରେଳ ଷ୍ଟେସନଠାରୁ ଟ୍ରେନରେ ଅଯୋଧ୍ୟା ଓ ବାରଣାସୀ ଯିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାପାଳ, କନ୍ଧମାଳ ବେଦଭୂଷଣ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ କୁମୁଦିନୀ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ରମେଶ ଚନ୍ଦ୍ର ଜେନା, ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ କୁଶଳ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମା, ଡେପୁଟି କଲେକ୍ଟର(ଥଇଥାନ) ଅନୁପମ ଆଚାର୍ୟ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର, ପର୍ଯ୍ୟଟନ କାର୍ଯ୍ୟାଳୟ, କଲେକ୍ଟରେଟ ଓ ଆଇ. ଆଇ. ସିର କର୍ମକର୍ତ୍ତାଙ୍କ ସମେତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande