ଆଇଡି କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍ ରେ ମାଗଣା ଯାଇପାରିବେ ସ୍କୁଲ ଛାତ୍ରଛାତ୍ରୀ - ପରିବହନ ମନ୍ତ୍ରୀ
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ ମିଳିଛି। ସମସ୍ତ ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପ
ଆଇଡି କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍ ରେ ମାଗଣା ଯାଇପାରିବେ ସ୍କୁଲ ଛାତ୍ରଛାତ୍ରୀ - ପରିବହନ ମନ୍ତ୍ରୀ


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଛନ୍ତି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ ମିଳିଛି। ସମସ୍ତ ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ ବିବେଚିତ ହେବେ। ସ୍କୁଲ ଆଇଡି କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍ ରେ ଛାତ୍ରଛାତ୍ରୀ ମାଗଣା ଯାଇପାରିବେ। ଛାତ୍ରଛାତ୍ରୀ ଯାଉଥିବା ରୁଟ୍ ଓ ଟାଇମିଂକୁ ଦେଖିବାକୁ ଓଏସଆରଟିସି କୁ ଅନୁରୋଧ କରାଯାଇଛି। ଯେପରି ଅଧିକରୁ ଅଧିକ ପିଲା ବସ୍ ସେବା ପାଇପାରିବେ ତାହାକୁ ଗୁରୁତ୍ୱ ଦିଆଯିବ। ଏନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande