ଯାତ୍ରୀଙ୍କୁ ମାଡ ମାରି ମୁଣ୍ଡ ଫଟାଇଲେ ଆମ ବସ୍ କର୍ମଚାରୀ
ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଆମ ବସ୍ କର୍ମଚାରୀଙ୍କ ଦାଦାଗିରି । ଯୁକ୍ତିତର୍କରୁ ଯାତ୍ରୀଙ୍କୁ ନିର୍ଧୂମ ଛେଚିବା ସହ ମୁଣ୍ଡ ଫଟାଇଛନ୍ତି ଆମ ବସ୍ କଣ୍ଡକ୍ଟର। ଓଡି୩୩ଇଏଏଚ୍‌୧୬୬ ଗାଡି ରେ ଘଟିଛି ଏହି ଘଟଣା । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପରେ ଯାତ୍ରୀ ଜଣଙ୍କ ବସକୁ ଚଢିଥିବା ବେଳେ ଗଭର
ଯାତ୍ରୀଙ୍କୁ ମାଡ ମାରି ମୁଣ୍ଡ ଫଟାଇଲେ ଆମ ବସ୍ କର୍ମଚାରୀ


ଭୁବନେଶ୍ୱର ,୧୮ ସେପ୍ଟେମ୍ବର (ହି.ସ.)- ଆମ ବସ୍ କର୍ମଚାରୀଙ୍କ ଦାଦାଗିରି । ଯୁକ୍ତିତର୍କରୁ ଯାତ୍ରୀଙ୍କୁ ନିର୍ଧୂମ ଛେଚିବା ସହ ମୁଣ୍ଡ ଫଟାଇଛନ୍ତି ଆମ ବସ୍ କଣ୍ଡକ୍ଟର। ଓଡି୩୩ଇଏଏଚ୍‌୧୬୬ ଗାଡି ରେ ଘଟିଛି ଏହି ଘଟଣା । ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପରେ ଯାତ୍ରୀ ଜଣଙ୍କ ବସକୁ ଚଢିଥିବା ବେଳେ ଗଭର୍ଣ୍ଣର ହାଉସ୍ ଛକକୁ ଆସୁଥିଲେ ହେଲେ କଣ୍ଡକ୍ଟର୍ ଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। କଣ୍ଡକ୍ଟର ରାଗିଯାଇ ଯାତ୍ରୀଙ୍କୁ ବସ୍ ବାହାରକୁ ବାହାର କରି ଦେବା ସହିତ ଶକ୍ତ ଚାପୁଡ଼ା ମାରିଥିଲେ।ଏହାସହ ରାସ୍ତା କଡରେ ତାର ଜାଳି ରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ କୁ ନେଇଛନ୍ତି। ସେପଟେ ବସ କଣ୍ଡକ୍ଟର କହିବା ଅନୁଯାୟୀ ଯାତ୍ରୀ ଜଣଙ୍କ ନିଶା ଖାଇଛନ୍ତି ସେଥିପାଇଁ ତାଙ୍କୁ ମାରିଲେ, ତେବେ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଦିନକୁ ଦିନ ଆମ ବସ ର ଦାଦାଗିରି ବଢି ଚାଲିଛି। ସବୁଦିନ କିଛି ନା କିଛି ଘଟଣାରେ ଯାତ୍ରୀ ମାନଙ୍କ ସହିତ ସେମାନେ ଦୁର୍ବ୍ୟବହାର କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande