ବଡ ସରକାର ବାବାଙ୍କ ୧୧ ତମ ଉର୍ଷ ଉପଲକ୍ଷେ ବଜମେ ହବିବ କମିଟିର ପ୍ରସ୍ତୁତି ବୈଠକ
ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମୁଲ୍ଲା ସାହିରେ ବଜ଼ମେ ହବିବ କମିଟି ଆନୁକୂଲ୍ୟରୁ କମିଟି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଜ଼ମେ ହବିବ କମିଟିର ସଭାପତି ଅସରଫ ଅଲି ଖାନଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଇମତିୟାଜ଼ ଖାନଙ୍କ ସଂ
ବଡ ସରକାର ବାବାଙ୍କ ୧୧ ତମ ଉର୍ଷ ଉପଲକ୍ଷେ ବଜମେ ହବିବ କମିଟିର ପ୍ରସ୍ତୁତି ବୈଠକ


ଭଦ୍ରକ, ୧୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମୁଲ୍ଲା ସାହିରେ ବଜ଼ମେ ହବିବ କମିଟି ଆନୁକୂଲ୍ୟରୁ କମିଟି କାର୍ଯ୍ୟାଳୟ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବ୍ଜ଼ମେ ହବିବ କମିଟିର ସଭାପତି ଅସରଫ ଅଲି ଖାନଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଇମତିୟାଜ଼ ଖାନଙ୍କ ସଂଯୋଜନାରେ ଆରମ୍ଭ ହୋଇ ସର୍ବସମ୍ମତି ଭାବେ ସିଦ୍ଧାନ୍ତ ହେଲା ଯେ ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୧ ତମ ବାର୍ଷିକ ଉତ୍ସବରେ ଚଳିତ ସେପ୍େଟମ୍ବର ୨୩ ଓ ୨୪ ତାରିଖ (ମଙ୍ଗଳବାର ଓ ବୁଧୁବାର) ଦୁଇ ଦିନ ଧରି ପାଳନରେ ଆମ ରାଜ୍ୟ ଓ ରାଜ୍ୟ ବାହାରୁ ବାବାଙ୍କ ଭକ୍ତ ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବେ ଓ ୨୩ ତାରିଖ ମଙ୍ଗଳବାର ଅପରାହ୍ନ ୪ ଘଟିକା ସମୟରେ ବ୍ଜ଼ମେ ହବିବ କମିଟି ଆନୁକୂଲ୍ୟରୁ ଖାନକାହା ଠାରେ ସାନ ସରକାର ଓ ବଡ ସରକାର ବାବାଙ୍କ ମଜାରରେ ଚାଦର ଚଢ଼ାଇବେ ଓ ସନ୍ଧ୍ୟା ୫ ଘଟିକା ଠାରୁ ବାବାଙ୍କ ଭକ୍ତ ମାନଙ୍କୁ ଟିଫିନ ଓ ଚା' ର ସୁବ୍ୟବସ୍ଥା କରାଯିବ ଏବଂ ୨୪ ତାରିଖ ବୁଧୁବାର ସକାଳ ଖାନକାହା ରେ ଫାତେହା କାର୍ଯ୍ୟକ୍ରମ ସରିବା ପରେ ଦିନ ୧୧ଘଟିକା ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବାବାଙ୍କ ଭକ୍ତ ମାନଙ୍କୁ ଖାଇବାର (ଲଙ୍ଗର) ବ୍ୟବସ୍ତା ଖାନକାହା ପରିସର ବାହାରେ ମିର୍ଜା ଏକ୍ରାମଙ୍କ ବାସଭବନ ସାମ୍ନାରେ ରଖାଯାଇଛି । ଆମ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ସମ୍ପୂର୍ଣ ସୁବ୍ୟବସ୍ଥା ସେବା ଯୋଗାଇ ଦିଆଯିବ । ଭଦ୍ରକ ଏକ ଭାଇଚାରା ସହରରେ ବଡ ସରକାର ବାବାଙ୍କ ଉତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ଭକ୍ତ ମାନଙ୍କ ସେବା ପ୍ରଦାନ ପାଳନ କରିବାକୁ ସିଦ୍ଧାନ୍ତ ହୋଇଛି । ଏହି ବୈଠକରେ ବଜମେ ହବିବ କମିଟିର ଉପ ସଭାପତି ମିର୍ଜା ଜାକିର ବେଗ, ଉପଦେଷ୍ଟା ମିର୍ଜା ଏକ୍ରାମ ବେଗ , ସେକ ଆସିଫ, ସେକ ଗୋଲାବ, ସେକ ମୁନ୍ନା, ସେକ ଗୁଲଜାର, ସେକ କୌଶର , ସେକ ଲାଲୋ, ସେକ ହମିଦୁଲ୍ଲା, ସେକ ଅଜିଜୁଲ୍ଲା, ମିର୍ଜା ରାଜୁ , ସେକ ଅବଦୁଲ ମୁସଲିମ ପ୍ରମୁଖ ଉପସ୍ଥିତ ରହି ସଭାକୁ ପରିଚାଳନା କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande