କେନ୍ଦୁଝର ଜିଲ୍ଲା କଂଗ୍ରେସ ମନରେଗା ବଂଚାଅ ସଂଗ୍ରାମ ସୁରକ୍ଷା ପାଇଁ ଦିନିକିଆ ଉପବାସ ଏବଂ ସାଙ୍କେତିକ ପ୍ରତିବାଦ
କେନ୍ଦୁଝର, ୧୧ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନ ସମୁଖରେ ଦିନିକିଆ ଉପବାସ ଏବଂ ସାଙ୍କେତିକ ପ୍ରତିବାଦ କରି ଧାରଣାରେ ବସିଥିଲେ । ମନରେଗା କେବଳ ଏକ ଯୋଜନା ନୁହେଁ ନିଶ୍ଚିତ ଶ୍ରମ ଅଧିକାର ଏକ ବିଚାର ଅଟେ, ଏହାକୁ ଆମେ ହଟାଇବାକୁ ଦେବୁ ନାହିଁ । ମନରେଗା ବଂଚାଅ ସଂଗ
Congress protest


କେନ୍ଦୁଝର, ୧୧ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନ ସମୁଖରେ ଦିନିକିଆ ଉପବାସ ଏବଂ ସାଙ୍କେତିକ ପ୍ରତିବାଦ କରି ଧାରଣାରେ ବସିଥିଲେ । ମନରେଗା କେବଳ ଏକ ଯୋଜନା ନୁହେଁ ନିଶ୍ଚିତ ଶ୍ରମ ଅଧିକାର ଏକ ବିଚାର ଅଟେ, ଏହାକୁ ଆମେ ହଟାଇବାକୁ ଦେବୁ ନାହିଁ । ମନରେଗା ବଂଚାଅ ସଂଗ୍ରାମ ୧୦ ଜାନୁଆରୀ ଠାରୁ ୨୫ ଫେବୃଆରୀ ୨୦୨୬ ଶ୍ରମ ଅଧିକାର ଆଇନୀର ସୁରକ୍ଷା ପାଇଁ ଦେଶ ବ୍ୟାପୀ ଅଭିଯାନ ଜାରି ରହିବ । ବିଗତ ଲୋକସଭା ଅଧିବେଶନରେ କେନ୍ଦ୍ର ନେତୃତ୍ୱଧୀନ ବିଜେପି ସରକାର ମହାତ୍ମଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପରିବର୍ତେ ଠଈ-ଏ ଜଇଗ-ଏ ଯୋଜନାରେ ପ୍ରଣିତ କରିଛନ୍ତି । ସରକାରଙ୍କ ଉଦେଶ୍ୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ହଟାଇ ରାମଙ୍କ ନାମରେ ଯୋଜନା କରାଯାଇଛି । କିନ୍ତୁ ମନରେଗା ଯୋଜନାର ସମ୍ପୂର୍ଣ ମୌଳିକତାକୁ ଏହି ନୂତନ ଯୋଜନା ରେ ହରେଇଛନ୍ତି, ଯାହା ଦ୍ୱାର ଦେଶର ବାର କୋଟି ରୁ ଉର୍ଦ୍ଧ ଆଦିବାସୀ ଦଳିତ ପଛୁଆ ବର୍ଗ ଗରିବ ଜନସାଧାରଣ ଯେଉଁ ମାନେ ମନେରେଗା ଯୋଜନାରେ ବର୍ଷକୁ ୧୦୦ ଦିନର କାମ ପାଇଁ ତାଙ୍କର ଦୈନଦିନ ଗୁଜୁରାଣ ମେଂଟାଉଥିଲେ । ପୂର୍ବ ଯୋଜନାରେ ନିଶ୍ଚିତ କାମର ଗେରେଂଟି ଥିଲା, ଯାହାକି ପଚାୟତ ଏବଂ ପଲ୍ଲୀସଭା ମାଧ୍ୟମରେ କାମ ନିର୍ଧାରଣ କରାଯାଉଥିଲା, ନୂତନ ଯୋଜନାରେ ପଂଚାୟତ ପଲ୍ଲିସଭା କିମ୍ବା ରାଜ୍ୟ ସରକାରଙ୍କ ଅଧୀନରୁ ସପୂର୍ଣ ଭାବେ କେନ୍ଦ୍ର ସରକାର ଅଧିନସ୍ତ ହୋଇଗଲା, ଏବଂ ନୂତନ ଯୋଜନାରେ ୬୦% କେନ୍ଦ୍ର ସରକାର ଦେବେ, ରାଜ୍ୟ ସରକାର ଦେବେ ୪୦ % । ଦେଶର ଅଧିକାଂଶ ରାଜ୍ୟ ଗରିବ ଅଛନ୍ତି, ସେମାନେ ନିଜ ରାଜ୍ୟର ଯୋଜନା ଅର୍ଥ ଅଭାବରୁ କରିପାରୁନଥିବା ବେଳେ ଏବେକାର କେନ୍ଦ୍ର ସରକାର ତାଙ୍କୁ ଏହି ନୂତନ ଯୋଜନା ପାଇଁ ୪୦% ଦେବାପାଇଁ ବାଧ୍ୟ କରୁଛନ୍ତି । ଯଦି ରାଜ୍ୟ ସରକାର ତାଙ୍କ ଅଂଶ ଧନ ନ ଦେବେ ଏହି ନୂତନ ଯୋଜନ ବନ୍ଦ ହେବ, ଆହୁରି ମଧ୍ୟ କେନ୍ଦ୍ର ସରକାର ଏହି ଯୋଜନକୁ ବାଧ୍ୟ ହୋଇ ମନମୁଖୀ କରିବେ । ଯାହା ଦ୍ୱାର ଗରିବ ଘଟିଖିଆ ଶ୍ରମିକ ମାନେ କାମ ନ ପାଇ ହନ୍ତସନ୍ତ ହେବେ । ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ସଭାପତି ଙ୍କ ନିର୍ଦେଶରେ ରାଜ୍ୟର ପ୍ରତେକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମୁଖରେ ପ୍ରତିପାଦ ଏବଂ ଅନଶନ କରିଛନ୍ତି ଏହା ଦ୍ୱାରା ସରକାରଙ୍କ ଚେତାଇ ଦିଆଯାଉଅଛି କି ନୂତନ ଯୋଜନାକୁ ପ୍ରତ୍ୟାହାର କରି ପୂର୍ବ ଯୋଜନାକୁ ମନରେଗାକୁ କାର୍ଯ୍ୟକାରୀ କରାଯାଉ । ଏଥିରେ ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ମୋହନ ପରିଡା, ଉତମ କୁମାର ସାହୁ, ଲଳିତ ମୋହନ ନାୟକ, ସୁଢଳ କୁମାର ସେଠୀ, ହାଡିବନ୍ଧୁ ଖୁଂଟିଆ, ଗୋବିନ୍ଦ ମହନ୍ତ, ଦିନେଶ ରାଉତ, ଗୌତମ ସାହୁ, ନିରାକାର ବେହେରା, ନୁରସିଂ ସାହୁ, ସନ୍ତୋଷ ସାହୁ, ରତ୍ନାକର ଜେନା, ଲୋକନାଥ ଟୁଡୁ, ଆରତ ବିଶ୍ୱାଳ, ମଣିଭଦ୍ର ଜେନା, ବାବୁଲାଲ ମଲ୍ଲିକ, ମୁରଲୀ ବେହେରା ପ୍ରଭୃତି ସଂଖ୍ୟଧିକ କଂଗ୍ରେସ ପ୍ରେମୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande