ଉଦୟଗିରିଠାରେ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ : ଦେଶ ବିଦେଶରୁ ଯୋଗ ଦେଲେ ୧୭ଶହରୁ ଉର୍ଦ୍ଧ ବୌଦ୍ଧ ଗୁରୁ ଓ ଧର୍ମାବଲମ୍ବୀ
ଧର୍ମଶାଳା,୧୧ଜାନୁଆରୀ(ହି.ସ.) - ଯୁଦ୍ଧ ନୁହେଁ ବୁଦ୍ଧ ଦରକାର । ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧ ମାର୍ଗରେ ଅଛି । ବୁଦ୍ଧ ଏହି ଯାଜପୁର ମାଟିରେ ଜନ୍ମ,ଏହି ଆନ୍ତର୍ଜାତୀୟ ବୁଦ୍ଧ ସମ୍ମିଳନୀ ବିଶ୍ୱକୁ ଶାନ୍ତିର ବାର୍ତା ପଂହଚାଇବ ବୋଲି ଆଜି ଯାଜପୁର ଜିଲା ହୀରକ ଚତୃଭୂଜଭାବେ ବେଶ୍ ପରିଚିତ ଉଦ
ଉଦୟଗିରିଠାରେ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ : ଦେଶ ବିଦେଶରୁ ଯୋଗ ଦେଲେ ୧୭ଶହରୁ ଉର୍ଦ୍ଧ ବୌଦ୍ଧ ଗୁରୁ ଓ ଧର୍ମାବଲମ୍ବୀ


ଧର୍ମଶାଳା,୧୧ଜାନୁଆରୀ(ହି.ସ.) - ଯୁଦ୍ଧ ନୁହେଁ ବୁଦ୍ଧ ଦରକାର । ଭାରତର ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧ ମାର୍ଗରେ ଅଛି । ବୁଦ୍ଧ ଏହି ଯାଜପୁର ମାଟିରେ ଜନ୍ମ,ଏହି ଆନ୍ତର୍ଜାତୀୟ ବୁଦ୍ଧ ସମ୍ମିଳନୀ ବିଶ୍ୱକୁ ଶାନ୍ତିର ବାର୍ତା ପଂହଚାଇବ ବୋଲି ଆଜି ଯାଜପୁର ଜିଲା ହୀରକ ଚତୃଭୂଜଭାବେ ବେଶ୍ ପରିଚିତ ଉଦୟଗିରିଠାରେ ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ,ଓଡିଶା ପର୍ଯ୍ୟଟନ ବିଭାଗ,ସଂସ୍କୃତି ବିଭାଗ ଓ ଯାଜପୁର ଜିଲା ପ୍ରଶାସନ ମିଳିତ ସହଯୋଗରେ ୨ୟ ଗୁରୁ ପଦ୍ମ ସମ୍ଭବ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଆଜି ଠାରୁ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ଆଜି ପୂର୍ବାହ୍ନରେ ଲାଇଟ୍ ଅଫ୍ ବୁଦ୍ଧଧର୍ମ ଫାଉଁଣ୍ଡେସନ ମୁଖ୍ୟ ଡ. ଓା୍ୱଙ୍ଗମୋ ଡିକ୍ସେଙ୍କ ଅଧ୍ୟକ୍ଷତାରେ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା,ସମ୍ମାନୀତ ଅତିଥିଭାବେ ବଡଚଣା ବିଧାୟକ ଅମର ନାୟକ ଓ ଯାଜପୁର ଜିଲାପାଳ ଅମ୍ବର କୁମାର କର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକମକୁ ଉଦଘାଟନ କରି ୨ୟ ବୌଦ୍ଧ ଗୁରୁ ପଦ୍ମ ସମ୍ଭବ ତଥା ବୁଦ୍ଧ ଧର୍ମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରଥମେ ଉଦୟଗିରି ମନ୍ତ୍ରପାଠ ସ୍ଥଳ ଯାଏଁ ଦେଶ ବିଦେଶରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ଧର୍ମାବଳମ୍ବୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବୌଦ୍ଧ ସଂସ୍କୃତିର ପ୍ରାଣ କେନ୍ଦ୍ର ହେଉଛି ଯାଜପୁର ଏବଂ ପ୍ରଚୀନ ସମୟରେ ଏଠାରେ ପୁଷ୍ପଗିରି ବିଶ୍ୱବିଦ୍ୟଳୟ ଥିଲ।। । ଯେଉଁଠି ବିଦେଶରୁ ଆସି ଅଦ୍ୟୟନ କରୁଥିଲେ । ଗୁରୁ ପଦ୍ମ ସମ୍ଭବ ଭାରତ,ତିବତ୍ ,ଚୀନ ସହ ସମଗ୍ର ଦକ୍ଷିଣ ଏସିଆରେ ବୌଦ୍ଧ ଦର୍ଶନର ପ୍ରଚାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଉଦୟଗିରିରେ ଆୟୋଜିତ ବୌଦ୍ଧ ସମ୍ମିଳନୀ ସାରା ବିଶ୍ୱକୁ ଦିଗଦର୍ଶନ ଦେବ ବୋଲି ସାଂସଦ ଶ୍ରୀ ବେହେରା କହିଥିଲେ । ଆନ୍ତର୍ଜାତୀୟ ସମ୍ମିଳନୀ ରେ ବିଭିନ୍ନ ସ୍ଥାନରୁ ବୌଦ୍ଧ ସନ୍ନାସୀ,ପର୍ଯ୍ୟଟକମାନେ ଯୋଗ ଦେଇ ଉପାସନା,ଧାର୍ମୀୟ ରୀତିନୀତି ଏବଂ ଆଲୋଚନା ଚକ୍ର କରୁଛନ୍ତି । ସେମାନଙ୍କ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଯାଜପୁରରେ ବୌଦ୍ଧ ଧର୍ମ କୀର୍ତିରାଜି ଓ ପର୍ଯ୍ୟଟନର ଅଭିବୃଦ୍ଧିରେ ବେଶ୍ ସହାୟକ ହେବ ବୋଲି ଯାଜପୁର ଜିଲାପାଳ ଶ୍ରୀ କର କରିଥିଲେ । ଉଦୟଗିରିଠାରେ ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଥିଲା । ଏବଂ ଏଠାରୁ ହିଁ ଗୁରୁପଦ୍ମ ସମ୍ଭବ ବୌଦ୍ଧ ଧର୍ମର ପ୍ରସାର କରିଥିଲେ । ଲାଇଟ୍ ଅଫ୍ ବୁଦ୍ଧ ଫାଉଁଣ୍ଡେସନ ଓ ଓଡିଶା ସରାକରଙ୍କ ଉଦ୍ୟମରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅତି ସୁନ୍ଦର ଭାବେ ଆୟୋଜିତ ହୋଇଛି ବୋଲି ବଡଚଣା ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ୬ ଦିନ ବ୍ୟାପୀ ଏହି ସମ୍ମିଳନୀରେ ଦେଶ ବିଦେଶରୁ ଗବେଷକ,ବୌଦ୍ଧ ଗୁରୁ,ଐତିହାସିକମାନେ ଯୋଗ ଦେଇ ବୌଦ୍ଧ ଐତିହ୍ୟ ଓ ଦର୍ଶନ ସମ୍ବଦ୍ଧରେ ବିଭିନ୍ନ ବଷୟ ବସ୍ତୁ ଉପରେ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବେ । ଏହା ସହିତ ସମାରୋହରେ ଯୋଗ ଦେଇଥିବା ବୌଦ୍ଧ ଧର୍ମାବଳମ୍ବୀ ଓ ପର୍ଯ୍ୟଟକମାନେ ରତ୍ନଗିରି ,ଲଲିତଗିରି ଓ ଉଦୟଗିରି ହୀରକ ଚତୃଭୂଜ ପରିଦର୍ଶନ କରିବେ । ଅତିରିକ୍ତ ଜିଲାପାଳ ଯୁଧିଷ୍ଟିର ନାଏକ,ଦର୍ପଣ ତହସିଲଦାର,ବଡଚଣା ବିଡିଓ,ଯାଜପୁର ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲା ପର୍ଯ୍ୟଟନ ଅଧିକାରୀ,ଶିକ୍ଷାନବିସ ରିଜର୍ଭ ଅଧିକାରୀ ସମ୍ମିଳନୀର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତଦାରଣ କରିଥିଲେ । ଏହି ସମାରୋହରେ ସ୍ଥାନୀୟ ଜନସାଧାରଣ ଓ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ରହିଥିଲେ । ଉତ୍ସବ ଆୟୋଜନ କମିଟି ପକ୍ଷରୁ ଉଦୟଗିରି ମହୋତ୍ସବ ସମିତି ଆବାହକ ମହେଶ୍ୱର ବଳ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande