ଗଜେଂଇ ଜବତ, ୫ ଅଟକ
କୋରେଇ, ୨୪ ଜାନୁଆରୀ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଚମାରଗଡିଆ ଆଡିରେ ଆଦିବାସୀ ମରାନ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ତାକୁ ଖେନ୍ତୁଆ ପୋଖରୀ ଆଡି ଶ୍ମଶାନରେ ସତ୍କାର କରିବାକୁ ନେବା ବେଳେ ଏକ ଗଜେଂଇ ବସ୍ତା ମିଳିଥିଲା । ସେମାନେ ଗଂଜେଇକୁ ନେଇ ଲୋକମା
ଗଜେଂଇ ଜବତ, ୫ ଅଟକ


କୋରେଇ, ୨୪ ଜାନୁଆରୀ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ଚମାରଗଡିଆ ଆଡିରେ ଆଦିବାସୀ ମରାନ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ତାକୁ ଖେନ୍ତୁଆ ପୋଖରୀ ଆଡି ଶ୍ମଶାନରେ ସତ୍କାର କରିବାକୁ ନେବା ବେଳେ ଏକ ଗଜେଂଇ ବସ୍ତା ମିଳିଥିଲା । ସେମାନେ ଗଂଜେଇକୁ ନେଇ ଲୋକମାନଙ୍କ ମଧ୍ୟରେ ବିକ୍ରି କରିଥିଲେ । ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଖବର ଥାନାରେ ପହଂଚିଥିଲା । ପାଣିକୋଇଳି ପୁଲିସ ତଦନ୍ତ କରି ୫ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଗଂଜେଇ କେଉଁଠୁ ଆସିଲା ଓ ଏହା କିଏ ବେପାର କରୁଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande