୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗୁଟଖା ସାମଗ୍ରୀ ପରିବହନ, ମାତ୍ର ୪୭ ହଜାର ଟଙ୍କାର ପରିବହନ ଚାଲାଣରେ : ବିପୁଳ ଜିଏସଟି ଠକେଇ ଉଦ୍ୟମ
୨ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗୁଟଖା ସାମଗ୍ରୀ ପରିବହନ : ମାତ୍ର ୪୭ ହଜାର ଟଙ୍କାର ପରିବହନ ଚାଲାଣରେ ବିପୁଳ ଜିଏସଟି ଠକେଇ ଉଦ୍ୟମ

ସମ୍ବଲପୁର, ୨୪ ଜାନୁଆରୀ (ହି.ସ.)- ସରକାରଙ୍କ ରାଜସ୍ବ ବୃଦ୍ଧିରେ ବିଭିନ୍ନ ବ୍ୟବସାୟିକ ଭିତ୍ତିଭୂମିରୁ ସଂଗୃହିତ ଜିଏସଟି ଏକ ପ୍ରମୁଖ ମାଧ୍ୟମ ହୋଇଥିବା ବେଳେ, କିଛି ଅସାଧୁ ବ୍ୟବସାୟୀ ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଛନ୍ତି । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ବରେହୀପାଲି ଅଞ୍ଚଳର ଏକ ବହୁ ପୁରୁଣା ଟ୍ରାନ୍ସପୋର୍ଟ ଗୋଦାମ ହଠାତ୍ ସନ୍ଦେହଜନକ ଅବସ୍ଥାକୁ ଆସିଥିଲା । ଅନୁସନ୍ଧାନ କରିବାରେ, ଓଡି ୧୫ ଡବ୍ଲୁ ୧୯୯୪ ନମ୍ବରର ଏକ ଫୁଲ୍ ମାଲ ବୋଝେଇ ଟ୍ରକଟି ଲୁକ୍କାୟିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା ।

ଗାଡିଟି କ୍ଷେତରାଜପୁର ଅଞ୍ଚଳର କୌଣସି ବ୍ୟବସାୟୀଙ୍କ ମାଲ ରାୟପୁରରୁ ସମ୍ବଲପୁରକୁ ଆଣୁଥିବା ଜଣାପଡିଛି l ଗାଡ଼ିଟିରେ ଗୁଟଖା ପ୍ରସ୍ତୁତି ସୁପାରୀ ଥିବା ଜଣାପଡିଛି । ଗାଡ଼ିରେ ଲୋଡ୍ ହୋଇଥିବା ମାଲ୍ ର ମୂଲ୍ୟାଙ୍କନ କଲେ ଯଦିଓ ୮ ଶହ ଟଙ୍କା ହାରରେ ୨ କୋଟି ୪୦ ଲକ୍ଷ ଟଙ୍କା ଆକଳନ କରାଯାଉଛି, ହେଲେ କରିତକର୍ମା ବ୍ୟବସାୟୀ ଜଣକ ଜିଏସଟି ଫାଙ୍କିର ସବୁ ତରିକା ଲଗାଇ ମାତ୍ର ୪୭ ହଜାର ଟଙ୍କାର ସାମଗ୍ରୀ ପରିବହନର ବିଲ୍ ଧରିଥିବା ଦେଖିବାକୁ ମିଳିଛି । ଖଣି ଖାଦାନ ଭର୍ତ୍ତି ତଥା ପଶ୍ଚିମ ଓଡ଼ିଶାର କଳକାରଖାନାର ସହର ସମ୍ବଲପୁରର ସ୍ବତନ୍ତ୍ର ପରିଚୟ ରହିଛି। ଓଡ଼ିଶା ରାଜସ୍ୱ ବୃଦ୍ଧିରେ ମୁଖ୍ୟ ଭୁମିକା ତୁଲାଉଥିବା ଜିଏସଟିକୁ ନେଇ ସମ୍ବଲପୁରରେ ଏତେ ବଡ଼ ଠକେଇ ବ୍ୟବସାୟୀ ଓ ପ୍ରଶାସନିକ ଅଧିକାରୀ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ଅପରପକ୍ଷରେ ଦୀର୍ଘ ବର୍ଷଧରି ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ଜିଏସଟି ତଦାରଖ କରିବା ପାଇଁ ଅବସ୍ଥାପିତ ଅଧିକାରୀଙ୍କ ସହ ଜିଏସଟି ଖିଲାଫି ବ୍ୟବସାୟୀଙ୍କ ଭିତିରିଆ ସଲାସୁତୁରା ରହିଥିବା ମଧ୍ୟ ଅଭିଯୋଗ ହେଉଛି । ଏପରିକି ମାଲ୍ ବୋଝେଇ ଗାଡିଟି ଗତକାଲି ଠାରୁ ଏହି ଗୋଦାମରେ ରଖାଯାଇ କୁଆଡେ଼ ବାବୁ ମାନଙ୍କ ସହ ଦେଣନେଣ ନେଇ ଆଲୋଚନା ଜାରି ରହିଥିଲା । ହେଲେ ବୁଝାମଣା ଶେଷ ହେବା ପୂର୍ବରୁ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ନଜରରେ ଏହି ଗାଡିଟି ପଡିଯିବା ପରେ ଏବେ ଆଇନ କେଉଁ ବାଟେ ଯିବ, ତଥାକଥିତ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ବର୍ତମାନ ତଦନ୍ତ ପରେ ଜଣାପଡ଼ିବ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande