ଏସ ଏସ ବିଦ୍ୟା ନିକେତନର ବାର୍ଷିକ ଉତ୍ସବ
ପଟ୍ଟାମୁଣ୍ଡାଇ, 28 ଜାନୁଆରି (ହି.ସ.)ଛାତ୍ର ଛାତ୍ରୀ ମାନେ ସମୟlନୁବର୍ତ୍ତୀ ଓ କର୍ତ୍ତବ୍ୟ ନିଷ୍ଠ ହେଲେ ନିଜକୁ ଜଣେ ସୁୁ ନାଗରିକ ଭାବେ ଗଢି ତୋଳିବାରେ ସକ୍ଷମ ହୋଇପାରିବେ। ଏଥିସହିତ ଛାତ୍ର ଛାତ୍ରୀ ମାନେ ଚରିତ୍ରବlନ୍ ହେବା ଉଚିତ୍ ବୋଲି ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ ଏ
Barsika utsaba


ପଟ୍ଟାମୁଣ୍ଡାଇ, 28 ଜାନୁଆରି (ହି.ସ.)ଛାତ୍ର ଛାତ୍ରୀ ମାନେ ସମୟlନୁବର୍ତ୍ତୀ ଓ କର୍ତ୍ତବ୍ୟ ନିଷ୍ଠ ହେଲେ ନିଜକୁ ଜଣେ ସୁୁ ନାଗରିକ ଭାବେ ଗଢି ତୋଳିବାରେ ସକ୍ଷମ ହୋଇପାରିବେ। ଏଥିସହିତ ଛାତ୍ର ଛାତ୍ରୀ ମାନେ ଚରିତ୍ରବlନ୍ ହେବା ଉଚିତ୍ ବୋଲି ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ ଏସ ବିଦ୍ୟା ନିକେତନର ଅଷ୍ଟମ ବାର୍ଷିକ ଉତ୍ସବ ପ୍ରୟାସ ରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ଚେୟାରମ୍ୟାନ ଅମୃତ ମହାନ୍ତିଙ୍କ ପୌରହିତ୍ୟ ଓ ଇଂ ସୌଦାଗର ବେହେରାଙ୍କ ସଞ୍ଚାଳନ ରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ମହା ବିଦ୍ୟାଳୟର ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବ୍ୟଙ୍ଗକବି ଜ୍ଞାନ ହୋତା, ସମ୍ମାନିତ ଅତିଥି ଡ ପ୍ରାଚୀ ପଟ୍ଟନାୟକ, ସାମ୍ବାଦିକ ମlତୃଦତ୍ତ ମହାନ୍ତି, ଡା ରବିନାରାୟଣ ଦାଶ, ବିଦ୍ୟାଳୟର ମୁଖ୍ୟ ଉପଦେଷ୍ଟା ସୁବାସ ସାହୁ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଅଧକ୍ଷ ସଞ୍ଜୀବ କୁମାର ବାରିକ ବିବରଣୀ ପାଠ କରିଥିଲେ। ବସନ୍ତ ମଞ୍ଜରୀ ଦାସ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କୈଳାସ ଗେରୁ, ଲିପିକା ଜେନା ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟତ୍ରୀ ନରେଶ ସ୍ୱାଇଁ, ଗୀତାଞ୍ଜଳି ସାହୁ, ସସ୍ମିତା କର, ଅଙ୍କିତା କର, ସୁଜାତା କୁଣ୍ଡୁ, ଦିପlଞ୍ଜଳି ସାହୁ, ଭାବନା ବିହାନୀ, ଲିପିକା ଜେନା, ସୁପ୍ରିୟା ଦାସ, ସ୍ମୃତିରଞ୍ଜନ ମହାନ୍ତି, ସନ୍ତୋଷ ସାହୁ, ବିଶ୍ୱଜିତ୍ ସାହୁ, ରଶ୍ମିତା ନାୟକ, ରାଜେଶ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande