ଖଡିଆଳ ମହୋତ୍ସବ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା
ନୂଆପଡ଼ା,୨୮ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ ଆଜି ଅନୁଷ୍ଠିତ ହେବା ସହ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ବୈଠକରେ ଖଡିଆଳ ମହୋତ୍ସବ ପାଳନ କମିଟି ଅଧ୍ୟକ୍
Khadial mahoschav meeting


ନୂଆପଡ଼ା,୨୮ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ପ୍ରମୁଖ ସାଂସ୍କୃତିକ ମହୋତ୍ସବ ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ ଆଜି ଅନୁଷ୍ଠିତ ହେବା ସହ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ବୈଠକରେ ଖଡିଆଳ ମହୋତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ପୋଲିସ ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ ଯୋଗ ଦେଇ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପାଳନ କମିଟିର ସହଯୋଗ ଏବଂ ପୋଲିସ ପ୍ରଶାସନର ମିଳିତ ଉଦ୍ୟମରେ ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ଏବଂ ସୁରକ୍ଷାର ପ୍ରତ୍ୟେକ କ୍ଷେତ୍ରକୁ ଅନୁଧ୍ୟାନ କରିବା ସହ ତାର ବିହିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ହୋଇଅଛି। ମହୋତ୍ସବକୁ ଆସିବାକୁ ଥିବା ଓଡ଼ିଶାର ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡା କୁଡ଼ି କରାଯିବ। ତେଣୁ ପାଳନ କମିଟି, ଖଡିଆଳ ନାଗରିକ ଏବଂ ଖଡିଆଳ ଅଞ୍ଚଳରୁ ଆସୁଥିବା ଦର୍ଶକ ବନ୍ଧୁଙ୍କୁ ବିଶେଷ ଅନୁରୋଧ ସହଯୋଗ କରି ମହୋତ୍ସବକୁ ଉପଭୋଗ କରିବାକୁ ଆହ୍ବାନ କରିଛନ୍ତି। ଏହି ବୈଠକରେ ଖଡ଼ିଆଳ ପୋଲିସ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ଖଡିଆଳ, ବୋଡ଼େନ ଏବଂ ସିନାପାଲି ଥାନା ଅଧିକାରୀ ଯୋଗ ଦେଇଥିଲେ। ଖଡିଆଳ ମହୋତ୍ସବ ପାଳନ କମିଟି ସମ୍ପାଦକ ପୃଥିରାଜ ମହାନ୍ତିଙ୍କ ସହ ସମସ୍ତ ପଦାଧିକାରୀ ଏବଂ ସଦସ୍ୟ ମାନେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande