ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ବିରୋଧୀଙ୍କ ନାରାବାଜିକୁ ସଂସଦର ଅପମାନ କହିଲା ବିଜେପି
ନୂଆଦିଲ୍ଲୀ, 28 ଜାନୁଆରି (ହି.ସ.)- ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନ ଦୁଇ ଗୃହର ସଂଯୁକ୍ତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିପକ୍ଷ ସଦସ୍ୟମାନଙ୍କ ନାରାବାଜିକୁ ଭାରତୀୟ ଜନତା ପାର୍ଟି (ଭାଜପା) ସଂସଦର ଗରିମାକୁ କ୍ଷତି ପହଞ୍ଚାଇବା ବୋଲି ଅଭିହିତ
ନଡ୍ଡା


ନୂଆଦିଲ୍ଲୀ, 28 ଜାନୁଆରି (ହି.ସ.)- ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନ ଦୁଇ ଗୃହର ସଂଯୁକ୍ତ ଅଧିବେଶନରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ବିପକ୍ଷ ସଦସ୍ୟମାନଙ୍କ ନାରାବାଜିକୁ ଭାରତୀୟ

ଜନତା ପାର୍ଟି (ଭାଜପା) ସଂସଦର ଗରିମାକୁ କ୍ଷତି ପହଞ୍ଚାଇବା ବୋଲି ଅଭିହିତ କରିଛି।

ଭାଜପାର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ସଦନ ନେତା ଜେ.ପି. ନଡ୍ଡା

ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆଜି ପୁନର୍ବାର କଂଗ୍ରେସ ଓ ଅନ୍ୟାନ୍ୟ ବିପକ୍ଷ ଦଳର

ନେତାମାନେ ଆଦତ ଅନୁଯାୟୀ ସଂସଦୀୟ ମର୍ଯ୍ୟାଦାକୁ ଭଙ୍ଗ କରିଛନ୍ତି,

ଯାହା

ଅତ୍ୟନ୍ତ ନିନ୍ଦନୀୟ। ଆଜି ଯେତେବେଳେ ରାଷ୍ଟ୍ରପତି ସଂସଦର ଦୁଇ ଗୃହର ସଂଯୁକ୍ତ ଅଧିବେଶନରେ

ଅଭିଭାଷଣ ଦେଇଛନ୍ତି ଏବଂ ତାଙ୍କ ଭାଷଣରେ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ

ବିଷୟରେ ଉଲ୍ଲେଖ କରିଛନ୍ତି, ବଙ୍ଗଭୂମିରୁ ଉଦ୍ଭୂତ ସ୍ୱାଧୀନତାର ଉଦ୍‌ଘୋଷ

ଓ ଅମର ମନୀଷୀ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ କୃତିତ୍ୱକୁ ସ୍ମରଣ କରି ନମନ କରୁଥିଲେ,

ସେହି

ସମୟରେ କଂଗ୍ରେସ ଓ ଇଣ୍ଡି ମହାଜୋଟର ଅନ୍ୟାନ୍ୟ ଘଟକ ଦଳର ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିଲେ।

ଏଭଳି କରି ସେମାନେ ‘ବନ୍ଦେ ମାତରମ୍’ ଜାତୀୟ ଗୀତର ଅପମାନ କରିଛନ୍ତି।

ସେ କହିଛନ୍ତି ଯେ ବିରୋଧୀ ଋଷିପୁରୁଷ ବଙ୍କିମଚନ୍ଦ୍ରଙ୍କୁ ମଧ୍ୟ ଅପମାନ କରିଛି। ଏହି

ଦୃଶ୍ୟ ସମଗ୍ର ଦେଶ ଦେଖିଛି। ମୋତେ ବୁଝିବାକୁ ମିଳୁନି ଯେ କଂଗ୍ରେସ ଓ ଇଣ୍ଡି ମହାଜୋଟକୁ ‘ବନ୍ଦେ ମାତରମ୍’,

ବଙ୍କିମବାବୁ

ଓ ପଶ୍ଚିମବଙ୍ଗର ମାଟି ସହିତ ଏତେ ଘୃଣା କାହିଁକି? ଆଶ୍ଚର୍ଯ୍ୟର କଥା ହେଉଛି

ଯେ ତୃଣମୂଳ କଂଗ୍ରେସ ମଧ୍ୟ ବିରୋଧୀର ଏହି ହଙ୍ଗାମାରେ ସହଭାଗୀ ହେଉଥିଲା। ଏହି ଲୋକମାନେ ସଂସଦର

ଗରିମାକୁ ଯେପରି ଆଘାତ ପହଞ୍ଚାଇଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ଏହାର ଯେତେ

ନିନ୍ଦା କରାଯାଉ, ସେତେ କମ୍। ଏହି ଲୋକମାନେ ସଂସଦ ଓ ଦେଶର ଲୋକମାନଙ୍କ ନିକଟରେ କ୍ଷମା

ମାଗିବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande