ଅଜିତ ପାୱାରଙ୍କ ବିୟୋଗରେ ଆରଏସଏସର ଦୁଃଖ ପ୍ରକାଶ
ନୂଆଦିଲ୍ଲୀ, 28 ଜାନୁଆରି (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମହାରାଷ୍ଟ୍ରର ବାରାମତୀରେ ବୁଧବାର ଘଟିଥିବା ବିମାନ ଦୁର୍ଘଟଣାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଓ ଅନ୍ୟ ଚାରିଜଣଙ୍କ ମୃତ୍ୟୁ ଉପରେ ଗଭୀର ଶୋକ ପ୍ରକାଶ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କର
ଅଜିତ ପାୱାର


ନୂଆଦିଲ୍ଲୀ, 28 ଜାନୁଆରି (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମହାରାଷ୍ଟ୍ରର ବାରାମତୀରେ ବୁଧବାର

ଘଟିଥିବା ବିମାନ ଦୁର୍ଘଟଣାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ଓ ଅନ୍ୟ ଚାରିଜଣଙ୍କ

ମୃତ୍ୟୁ ଉପରେ ଗଭୀର ଶୋକ ପ୍ରକାଶ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।

ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସାବାଲେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ

ଅଜିତ ପାୱାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଆଜି ହଠାତ୍ ବିମାନ

ଦୁର୍ଘଟଣାରେ ତାଙ୍କର ବିୟୋଗ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବେଦନାଦାୟକ। ତାଙ୍କର

ସାର୍ବଜନିକ ଜୀବନ ବହୁତ ଦୀର୍ଘ ଓ ପ୍ରଭାବଶାଳୀ ଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାଙ୍କୁ

ହୃଦୟପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ ତାଙ୍କର

ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଅନ୍ୟ ଚାରିଜଣ

ବାରାମତୀ ବିମାନବନ୍ଦର ନିକଟରେ ଘଟିଥିବା ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହାରାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande