ଜୟପାଟଣା ଏବଂ ମୁଖୀଗୁଡାରେ ବନ୍ଦ ଶାନ୍ତିପୂର୍ଣ୍ଣ
ମୁଖୀଗୁଡା,୨୮ ଜାନୁଆରୀ ( ହି ସ) - ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ମୁଖୀଗୁଡାରେ ପଡିଥିଲା। ଆଜି ଜୟପାଟଣାର ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ବନ୍ଦ ରହିଥିଲା । ଏହି ବନ୍ଦକୁ କଂଗ୍ରେସ ପାର୍ଟି ସ
Stdike


ମୁଖୀଗୁଡା,୨୮ ଜାନୁଆରୀ ( ହି ସ) - ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ମୁଖୀଗୁଡାରେ ପଡିଥିଲା। ଆଜି ଜୟପାଟଣାର ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ଗାଡି ଚଳାଚଳ ବନ୍ଦ ରହିଥିଲା । ଏହି ବନ୍ଦକୁ କଂଗ୍ରେସ ପାର୍ଟି ସମ୍ପୂର୍ଣ୍ଣ ସମର୍ଥନ କରିଥିବାରୁ ଜୟପାଟଣା ବ୍ଲକ କଂଗ୍ରେସ କମିଟିର ସଭାପତି ସୁଶୀଲ କୁମାର ନାଏକଙ୍କ ନେତୃତ୍ୱରେ ଜୟପାଟଣାରେ ବନ୍ଦକୁ ସଫଳ କରାଯାଇଥିଲା। ତରୁଣ କୁମାର ନାଏକ,ନେତ୍ରମଣୀ ନାଗ, ପୁରୁଶୋତ୍ତମ ମାଝୀ, ନୂତନ ଶବର, ନିତ୍ୟା ମାଝୀ ପ୍ରମୁଖ ସହଯୋଗ କରିଥିଲ ।ସେହିପରି ମୁଖୀଗୁଡାରେ ପରମାନନ୍ଦ ନାଏକ ,ସନ୍ତୋଷ ଜୈନ ନେତୃତ୍ୱ ନେଇଥିଲେ ।ଜୟପାଟଣା ଏବଂ ମୁଖିଗୁଡାରେ ବନ୍ଦ ଶାନ୍ତିପୂର୍ଣ୍ଣ ଥିଲା ବଣିକ ସଂଘ ସ୍ଥାନୀୟ ଜନସାଧାରଣ ଏବଂ କୃଷକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande