
ମୁମ୍ବାଇ, 28 ଜାନୁଆରି (ହି.ସ.)- ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ
ରାଜ୍ୟରେ ତିନି ଦିନିଆ ରାଜକୀୟ ଶୋକ ଓ ଗୋଟିଏ ଦିନିଆ ସର୍ବସାଧାରଣ ଛୁଟି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭୀସ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଅଜିତ ପାୱାର ଜଣେ
ଦୃଢ଼ ଓ ମନରୁ ଲୋକମାନଙ୍କ ସହ ଯୋଡି ହୋଇଥିବା ନେତା ଥିଲେ। ଅତ୍ୟଧିକ ସଂଘର୍ଷ ପରେ ସେ ଏହି
ସ୍ଥାନକୁ ପହଞ୍ଚିଥିଲେ। ମହାରାଷ୍ଟ୍ରର ବିକାଶ ପାଇଁ ତାଙ୍କର ଆଉ ଅନେକ କାମ କରିବାକୁ ଥିଲା।
ମୁଖ୍ୟମନ୍ତ୍ରୀ ଫଡଣଭୀସ କହିଛନ୍ତି ଯେ ଆଜିର ଦିନ ମହାରାଷ୍ଟ୍ର ପାଇଁ ଅତ୍ୟନ୍ତ କଷ୍ଟକର
ଦିନ। ଏପରି ନେତୃତ୍ୱ ତିଆରି ହେବାରେ ବହୁତ ସମୟ ଲାଗେ। ତାଙ୍କ ବିୟୋଗରେ ସମଗ୍ର ମହାରାଷ୍ଟ୍ରରେ
ଶୋକର ପରିବେଶ ସୃଷ୍ଟି ହୋଇଛି। ଅଜିତ ପାୱାର ତୃଣମୂଳ ସହ ଯୋଡ଼ିହୋଇଥିବା ଜନନେତା ଥିଲେ ଏବଂ
ମହାରାଷ୍ଟ୍ରର ସମସ୍ୟାଗୁଡ଼ିକ ବିଷୟରେ ସେ ପୂର୍ଣ୍ଣ ଜ୍ଞାନ ରଖୁଥିଲେ। କୌଣସି ପରିସ୍ଥିତିରେ
ମଧ୍ୟ ଅଡ଼ିଗ ରହି ସମ୍ମୁଖୀନ ହେବାର କ୍ଷମତା ତାଙ୍କ ମଧ୍ୟରେ ଥିଲା। ଅଜିତ ପୱାରଙ୍କ ବିୟୋଗ
ମହାରାଷ୍ଟ୍ର ପାଇଁ ଏକ ଅପୂରଣୀୟ କ୍ଷତି, ଯାହାକୁ ଶୀଘ୍ର ପୂରଣ କରିବା କଠିନ।
ମୁଖ୍ୟମନ୍ତ୍ରୀ ଫଡଣଭୀସ କହିଛନ୍ତି ଯେ ସେ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର ଏବଂ ସାଂସଦ
ସୁପ୍ରିୟା ସୁଲେଙ୍କ ସହ କଥା ହୋଇଛି। ଅଜିତ ପାୱାରଙ୍କ ଶେଷ ସଂସ୍କାର ସମ୍ପର୍କରେ ପାୱାର ପରିବାର
ଯେପରି ନିଷ୍ପତ୍ତି ନେବେ, ସେ ସମ୍ପର୍କିତ ସୂଚନା ଗଣମାଧ୍ୟମକୁ
ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା