
ଜୟପୁର, ୦୫ ଜାନୁଆରି (ହି.ସ.) - ଜୟପୁର ଅବକାରୀ ବିଭାଗ ପକ୍ଷରୁ ଆଜି ରଣ୍ତାପାଲି ଓ ସାନକାଉଡି ଅଂଚଳରେ ଚଢାଉ କରାଯାଇ ବିଦେଶୀ ମଦ ଜବତ କରାଯାଇଛି। ଗତ କାଲି ସାନକାଉଡି ଗ୍ରାମର ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପରେ ଆଜି ଅବକାରୀ ବିଭାଗ ପକ୍ଷରୁ ସାନକାଉଡି ଅଂଚଳରେ ଚଢାଉ କରାଯାଇଥିଲା। ସାନ କାଉଡି ଅଂଚଳର ବିଜୟ ବାଲା ଠାରୁ ୧୫ ଲିଟିର ବେଦେଶୀ ମଦ ଜବତ କରାଯାଇଥିଲା। ସେହିପରି ରଣ୍ତାପାଲି ଗ୍ରାମର ନବ କିଶୋର ନାୟକଙ୍କୁ ଗିରଫ କରି ୧୩.୨୦୦ ଲିଟର ବିୟର, ୧.୮ ଲିଟର ବିଦେଶୀ ମଦ, ୪ ଲିଟିର ଦେଶି ମଦ, ସେହିପରି ରଣ୍ତାପାଲି ଗ୍ରାମର ଜିତୁ ବାହାଦୁର ଠାରୁ ୧୦ ଲିଟର ବିୟର,୧.୪୪ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢାଉରେ ତହସିଲଦାର ସବ୍ୟସାଚ୍ଚୀ ଜେନା, ଅବକାରୀ ଥାନା ଅଧିକାରୀ ସୁବ୍ରତ କିଶୋର ହିରଣଙ୍କ ସମେତ ଡ଼ିଏଫଏସ ଟିମ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି