
ଖୋର୍ଦ୍ଧା, ୦୫ ଜାନୁଆରି (ହି.ସ.) - ଖୋର୍ଦ୍ଧାସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆକ୍ରାନ୍ତ ଘଟଣାରେ ସ୍କୁଲରେ ପହଂଚିଛନ୍ତି ଭୁବନେଶ୍ୱର ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ୱାଟ୍କୋ ଟିମ୍। ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। ସମସ୍ତ ନମୁନାକୁ ପରୀକ୍ଷା କରିବାକୁ ଲାବୋରେଟୋରୀକୁ ପଠାଯାଇଛି। କିଛି ଜଳର ନମୁନା ମଧ୍ୟ ସେଠାରେ ପରୀକ୍ଷା କରାଯାଇଛି। ୨୨୫ରୁ ଊର୍ଦ୍ଧ୍ୱ ଛାତ୍ରଛତ୍ରୀଙ୍କ ଅଭିଭାବକ ନେଇଯାଇଛନ୍ତି। ଏବେ ବି ଶତାଧିକ ଛାତ୍ରୀଛାତ୍ର, ଶିକ୍ଷକ ସଂକ୍ରାମକ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି। ସ୍କୁଲ କର୍ତୃପକ୍ଷ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି। ଆଜି ମେଡିକାଲ ଟିମ୍ ପହଂଚି ପିଲାଙ୍କ ପରୀକ୍ଷା କରିଛନ୍ତି।
ସେହିପରି ସ୍କୁଲ ପରିସରରେ ବିଶୋଧନ, ସଚେତନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ବର୍ତମାନ ପ୍ରି-ବୋର୍ଡ ପରୀକ୍ଷା ଚାଲୁଛି। ସ୍ୱାସ୍ଥ୍ୟଗତ ସମସ୍ୟାକୁ ଭୟର ବାତାବରଣ ଯୋଗୁ ଛାତ୍ରଛତ୍ରୀ, ଅଭିଭାବକ ସମସ୍ତେ ଚିନ୍ତାରେ ରହିଛନ୍ତି। ସ୍କୁଲର ମୋଟ୍ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ୫୬୦। ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ଅଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ