


ବଲାଙ୍ଗିର, 07 ଜାନୁଆରି (ହି.ସ.)
ପୁର୍ବରୁ ଓଡ଼ିଶା ମେଡିକାଲ ସଙ୍ଘ ୧୦ ଦଫା ଦାବୀ ନେଇ କଲା ବ୍ୟଚ ଧାରଣ କରି ଦିନକୁ ଗୋଟିଏ ଘଣ୍ଟା କାମ ବନ୍ଦ କରୁଥିଲେ,। ସରକାର ସେମାନଙ୍କ ଦାବି ଗ୍ରହଣ ନକରି ଆଲୋଚନାକୁ ଡ଼ାକି ନଥିବାରୁ ଗତ ୫ ତାରିଖ ଠାରୁ ଦୈନିକ ସକାଳ ୯ ଘଣ୍ଟା ରୁ ୧୧ ଘଣ୍ଟା ଅନ୍ୟ ଜିଲ୍ଲା ଭଳି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା, ଭିମା ଭୋଇ ମେଡିକାଲ କଲେଜ ସମେତ ଜିଲ୍ଳାର ସମସ୍ତ ସରକାରି ହସ୍ପିଟାଲ ରେ ଡାକ୍ତର ଆନ୍ଦୋଳନ ରେ ଥିବାରୁ ରୋଗୀ ସେବା ବ୍ୟାହତ ହୋଇଛି। ଅନ୍ୟ ପଖ୍ୟରେ ମେଡିକାଲ କଲେଜ ମୁଖ୍ୟ ଚିକିତ୍ସା ଲୟ ପରିସର ରୁ ସ୍ଥାନାନ୍ତର ହେବା ପରେ ପୁରୁଷ ମହିଳା ବରିଷ୍ଟ ନାଗରିକ ବିକଳାଙ୍ଗ ମାନଂକ ପାଇଁ ଗୋଟିଏ ମାତ୍ର ଝରକା ରେ ଔଷଦ ବିତରଣ ହେଉଥିବା ରୁ ବରିଷ୍ଟ ନାଗରିକ ମହିଳା ରୋଗୀ ହଇରାଣ ହେଉଥିବା ଦେଖା ଯାଉଚି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ