
ଭୁବନେଶ୍ୱର, 07 ଜାନୁଆରି (ହି.ସ.)
- କେନ୍ଦ୍ରାପଡ଼ା
ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ୮ ଜାନୁଆରୀରୁ
୧୦ ଜାନୁଆରୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ରହିବ।
ବନ ବିଭାଗ ସହ ସଂପୃକ୍ତ
ସୂତ୍ର ଅନୁସାରେ, ରାଜନଗର
ବନ୍ୟଜନ୍ତୁ ବିଭାଗ ଗଣନା ପ୍ରକ୍ରିୟାକୁ ସୁଚାରୁ ଏବଂ ସଠିକ ଭାବରେ ସମ୍ପନ୍ନ କରିବା ପାଇଁ ଜାତୀୟ
ଉଦ୍ୟାନ ସହ ଆସପାସର ନଦୀ ଚ୍ୟାନେଲଗୁଡ଼ିକରେ ମଧ୍ୟ ପର୍ଯ୍ୟଟକଙ୍କ ଯିବା ଆସିବେ ଉପରେ ପ୍ରତିବନ୍ଧକ
ଘୋଷଣା କରିଛି।
ଏହିପରି, ସତକୋଶିଆ ଟାଇଗର ରିଜର୍ଭରେ ମଧ୍ୟ ୮ ଜାନୁଆରୀରୁ କୁମ୍ଭୀର ଗଣନା
ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବା ଏହି ସର୍ବେକ୍ଷଣ ପାଇଁ ୧୪ଟି ଟିମ୍ ଗଠନ କରାଯାଇଛି, ଯେଉଁଥିରେ ପ୍ରାୟ ୭୦ ଜଣ ବନ କର୍ମଚାରୀ ଓ ଗବେଷକ ସାମିଲ ଅଛନ୍ତି। ଗତ
ବର୍ଷ ମହାନଦୀ ନଦୀ ଅଞ୍ଚଳରେ ୧୧୫ଟି କୁମ୍ଭୀର ଗଣନା କରାଯାଇଥିଲା।
ବନ ବିଭାଗ ସର୍ବେକ୍ଷଣ
ଅବଧିରେ ମତ୍ସ୍ୟଜୀବୀ ଏବଂ ପର୍ଯ୍ୟଟକମାନଙ୍କୁ ଏହି ଅଞ୍ଚଳକୁ ଯିବାରୁ ବିରତ ରହିବାକୁ ପରାମର୍ଶ
ଦେଇଛି,
କାରଣ ମାନବ କାର୍ଯ୍ୟକଳାପରୁ ଗଣନା କାର୍ଯ୍ୟ ପ୍ରଭାବିତ ହୋଇପାରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା