ଅସନ୍ତୋଷ ଥିବା ନେତାଙ୍କୁ ଡାକି ଆଲୋଚନା କରନ୍ତୁ ଦଳର ମୁଖିଆ- ଭୂପିନ୍ଦର
ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଅସନ୍ତୋଷ ଥିବା ନେତାଙ୍କୁ ଡାକି ଆଲୋଚନା କରନ୍ତୁ ଦଳର ମୁଖିଆ ବୋଲି କହିଛନ୍ତି ଭୂପିନ୍ଦର ସିଂ । ଯୁବ ନେତା କାହିଁକି ମେଳି ବାନ୍ଧୁଛନ୍ତି, ବଦ୍ରି ବାବୁ କାହିଁକି ବିଷୋଦଗାର କଲେ ଅବା ଚମ୍ପୁଆ ବିଧାୟକ କାହିଁକି ଗେରୁଆ ପୋଷ୍ଟର ମା
ଅସନ୍ତୋଷ ଥିବା ନେତାଙ୍କୁ     ଡାକି ଆଲୋଚନା କରନ୍ତୁ ଦଳର ମୁଖିଆ- ଭୂପିନ୍ଦର


ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଅସନ୍ତୋଷ

ଥିବା ନେତାଙ୍କୁ ଡାକି ଆଲୋଚନା କରନ୍ତୁ ଦଳର ମୁଖିଆ ବୋଲି କହିଛନ୍ତି

ଭୂପିନ୍ଦର ସିଂ । ଯୁବ ନେତା କାହିଁକି ମେଳି ବାନ୍ଧୁଛନ୍ତି, ବଦ୍ରି ବାବୁ କାହିଁକି ବିଷୋଦଗାର କଲେ ଅବା

ଚମ୍ପୁଆ ବିଧାୟକ କାହିଁକି ଗେରୁଆ ପୋଷ୍ଟର ମାରିଲେସଭାପତି ବ୍ୟକ୍ତିଗତ ଡାକି ଆଲୋଚନା କରିବା କଥା ବୋଲି କହିଛନ୍ତି ଯେ, ବରିଷ୍ଠ ବିଜେଡି

ନେତା ଭୂପିନ୍ଦର ସିଂ । ଜଣେ ଦୁଇ ଜଣ ଦଳକୁ ଚଳାଉ ନାହାନ୍ତି । ନବୀନ ବାବୁ ଥିବା ପର୍ଯ୍ୟନ୍ତ ଦଳ

ଚାଲିବ । ସରକାରରେ ଥିବା ବେଳେ ଜଣେ ଦୁଇ ଜଣ ରାଜ୍ୟ ସାରାବୁଲିଲେ ହେଲେ ତାହା ଫେଲ ମାରିଲା । ତେଣୁ ବୈଠକରେ ଦଳ ପରିଚାଳନା ପାଇଁ ସିନିଅର ଜୁନିଅରକୁ

ନେଇ ଟିମ ତିଆରି କରିବା ପାଇଁ ନବୀନଙ୍କୁ ଆମେ ଅନୁରୋଧ କରିଥିଲୁ । ସଭାପତି ବି ଆମ କଥାରେ ହଁ

କରିଥିଲେ । ଦଳକୁ କିଏ ଆସିବ ନ ଆସିବ ସଭାପତି ନିଷ୍ପତି ନେବେ । ହେଲେ 40ରୁ ଅଧିକ ଯୁବ ନେତା

ସେମାନଙ୍କ ମେସେଜ ଦେଇ ସାରିଛନ୍ତି ବୋଲି ଭୂପିନ୍ଦର କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande