ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ, ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଉନ୍ନୟନ କମିଶନର
ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ। 2027 ଫେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା। ନିଯୁକ୍ତ ହେବେ ଲକ୍ଷାଧିକ
ଲୋକସେବା ଭବନ


ଭୁବନେଶ୍ୱର, 07 ଜାନୁଆରି (ହି.ସ.)- ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ଜନଗଣନାର ପ୍ରଥମ

ପର୍ଯ୍ୟାୟ। 2027 ଫେବୃଆରୀରେ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ

ପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ହେବ ଜନ ଗଣନା। ନିଯୁକ୍ତ ହେବେ ଲକ୍ଷାଧିକ ଜନ

ଗଣନା ଅଧିକାରୀ। ଏହା ପୂର୍ବରୁ ସବୁ

ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର। ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ

ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକରେ ଜନଗଣନା ନିର୍ଦ୍ଦେଶକଙ୍କ

ସହ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ। ରାଜ୍ୟରେ ଜନଗଣନା ପାଇଁ 6 ମାସ ଧରି ପ୍ରସ୍ତୁତି

ଚାଲିଥିଲା। ଭୁବନେଶ୍ୱର କଟକରେ ପ୍ରୀ ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ

ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି। ଆସନ୍ତା 3 ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ

ଟ୍ରେନିଂ। 200 ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। 6 ଜଣ ଅଧିକାରୀଙ୍କ ପାଇଁ ଜଣେ

ସୁପ୍ରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ। ଜଣେ ଜନଗଣନା

ଅଧିକାରୀଙ୍କୁ 25 ହଜାର ଆର୍ଥିକ ପ୍ରତସୋହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର

ମାର୍କ ହେବ। 2027 ଫେବୃଆରୀରୁ ଦ୍ଵିତୀୟ

ପର୍ଯ୍ୟାୟରେ ଜନ ଗଣନା ହେବ।

ଜଣେ ଲୋକ ନିଜେ ଚାହିଁଲେ

ନିଜର ତଥ୍ୟ ଦେଇପାରିବେ ୱେବସାଇଟ ଜରିଆରେ ପଞ୍ଜିକୃତ କରି ପାରିବେ। ମୋବାଇଲ ନମ୍ବରରେ ଓଟିପି

ବେସଡ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନି କି ଆପରୁ ସ୍କ୍ରିନ ସଟ ମଧ୍ୟ

ନେଇପାରିବେ ନାହିଁ। ପ୍ରାୟ 90 ପ୍ରତିଶତ ଅନଲାଇନ ରେ ହେବ। ପୁରା ପ୍ରକ୍ରିୟାକୁ ଉଚ୍ଚ ସ୍ତରୀୟ

ମନିଟରିଙ୍ଗ କରାଯିବ। 100 ପ୍ରତିଶତ ସଠିକ ଗଣନା କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande