
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ମା’ ବିରଜାଙ୍କ ପୁଣ୍ୟଭୂମି ଯାଜପୁରର କଳିଙ୍ଗନଗର ଠାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକାଧିକ ପ୍ରମୁଖ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଓ ଉଦ୍ଘାଟନ କରିଛନ୍ତି।୩୯,୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପୁଞ୍ଜିନିବେଶରେ ପ୍ରତିଷ୍ଠିତ ହେଉଥିବା ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଆମ ରାଜ୍ୟର ପ୍ରାୟ ୪୨,୦୦୦ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରେ ସନ୍ତୁଳିତ ଶିଳ୍ପାୟନ ସୁନିଶ୍ଚିତ କରି ସ୍ଥାନୀୟ ପ୍ରତିଭାମାନଙ୍କୁ ନିଜ ମାଟିରେ ସ୍ୱାଭିମାନର ସହ କର୍ମସଂସ୍ଥାନ ଯୋଗାଇବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପୂର୍ବ ସରକାରଙ୍କ ଭଳି ଶିଳ୍ପାୟନ ଏବେ କେବଳ କାଗଜକଲମ କିମ୍ବା ମଂଚର ଫମ୍ପା ଘୋଷଣାରେ ସୀମିତ ନାହିଁ; ଆଜି ବାସ୍ତବରେ କାରଖାନା ଗଢ଼ା ହେଉଛି, ଉତ୍ପାଦନ ଆରମ୍ଭ ହେଉଛି ଏବଂ ଆମର ଯୁବପିଢ଼ି ନିଯୁକ୍ତି ପାଉଛନ୍ତି।
ବିରୋଧୀମାନେ ନକଲି ଆନ୍ଦୋଳନ ଓ ଅପପ୍ରଚାରର ରାଜନୀତିରେ ବ୍ୟସ୍ତ ଥିବା ବେଳେ, ଆମ ସରକାର ଦିନରାତି କେବଳ ବିକାଶ ଓ ପ୍ରଗତିରେ ସମର୍ପିତ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପୂର୍ବୋଦୟ' ସଂକଳ୍ପର ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ଓଡ଼ିଶା ଆଜି ସମଗ୍ର ଦେଶର ଅଗ୍ରଣୀ ମାନୁଫାକଚରିଂ ପାୱାରହାଉସ୍ ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
...............
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା