
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ)- ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଦିନ ନବରଙ୍ଗପୁର ଜିଲ୍ଲା ରାଇଘର ପଂଚାୟତ ସମିତିରେ ଚାଲିଥିବା ବ୍ଲକ୍ ସ୍ତରୀୟ ସେବା ସେତୁ କ୍ୟାମ୍ପରେ ବୁଧବାର ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ସେବା ଓ ସମର୍ପଣର ୨୫ ବର୍ଷ ପୂରଣ ଓ ବିକଶିତ ଭାରତ ଗଠନର ସ୍ୱପ୍ନକୁ ନେଇ ସେଠାରେ ଆୟୋଜିତ ସେବା ସଙ୍କଳ୍ପ ଅଭିଯାନର ଅଂଶ ଭାବରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମକୁ ମଧ୍ୟ ବୁଲି ଦେଖିଛି। ଯେଉଁଥିରେ ଦେଖିବାକୁ ମିଳିଥିଲା ବିକାଶିତ ଭାରତର ଝଲକ।
ଏହି ଅବସରରେ ମନ୍ତ୍ରୀ କହିଥିଲେ ସେବା ସେତୁ କ୍ୟାମ୍ପର ମୂଳ ଲକ୍ଷ୍ୟ ହେଉଛି, ସରକାରୀ ସେବା ଓ ସୁବିଧାକୁ ଗ୍ରାମାଂଚଳର ଲୋକଙ୍କ ଦ୍ୱାର ମୁହଁରେ ପହଂଚାଇବା। ଏହାସହ ମନ୍ତ୍ରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁ୍ୱିଧା କିପରି ସମସ୍ତେ ପାଇ ପାରିବେ ସେ ସମ୍ପର୍କରେ ସଚେତନ କରିଥିଲେ ।.
........
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା