ରଣଜୀ ଟ୍ରଫି ପାଇଁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ
ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନସ୍ଥ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଖୋର୍ଦ୍ଧାରୋଡ ରେଳବାଇ ଷ୍ଟାଡିୟମ୍ ରେ ଭାରତୀୟ ରେଳ ପୁରୁଷ କ୍ରିକେଟ୍ ଦଳର ଚୟନ ପ୍ରକ୍ରିୟା ଓ ପ୍ରଶିକ୍ଷଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଚୟନିତ ଖେଳାଳିମାନ
zgvbxh


ଭୁବନେଶ୍ୱର, ୦୨ ଅକ୍ଟୋବର (ହି.ସ.) - ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନସ୍ଥ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଖୋର୍ଦ୍ଧାରୋଡ ରେଳବାଇ ଷ୍ଟାଡିୟମ୍ ରେ ଭାରତୀୟ ରେଳ ପୁରୁଷ କ୍ରିକେଟ୍ ଦଳର ଚୟନ ପ୍ରକ୍ରିୟା ଓ ପ୍ରଶିକ୍ଷଣ ଶିବିର ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ଚୟନିତ ଖେଳାଳିମାନଙ୍କୁ ଉତ୍ସାହିତ କରିବା ଓ ତାଙ୍କର ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ଷ୍ଟାଡିୟମ୍ ପରିସରରେ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା।

ଖୋର୍ଦ୍ଧାରୋଡ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଚୟନିତ ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମାରୋହରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ/ଇନ୍ଫ୍ରା ରାଜଧାରୀ ଯାଦବ, ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ତଥା ମଣ୍ଡଳ କ୍ରୀଡ଼ା ଅଧିକାରୀ ଅନିଲ କୁମାର ଏସ୍., ବରିଷ୍ଠ ମଣ୍ଡଳ ଇଞ୍ଜିନିୟର/ସମନ୍ୱୟ ପଙ୍କଜ ନାଗୱାନୀ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଡି. ସୁନୀଲ ଚୟନିତ ଖେଳାଳିମାନଙ୍କୁ ଆଗାମୀ ରଣଜୀ ଟ୍ରଫି ପାଇଁ ଶୁଭେଚ୍ଛା ଜଣାଇବା ସହ ଦଳର ସଫଳତା ପାଇଁ ଉତ୍ସାହ ଓ ଆତ୍ମବିଶ୍ୱାସର ସହ ଖେଳିବାକୁ ପ୍ରେରଣା ଦେଇଥିଲେ। ସେ ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ କ୍ରୀଡ଼ା ପ୍ରତିଭାର ବିକାଶ ଓ ପ୍ରୋତ୍ସାହନ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରିଥିଲେ

ରଣଜୀ ଟ୍ରଫିରେ ଅଂଶଗ୍ରହଣ ପାଇଁ ଚୂଡ଼ାନ୍ତ ଦଳ ଖୁବଶୀଘ୍ର ଯାତ୍ରା କରିବ। ଭାରତୀୟ ରେଳ ଦଳ ଆସନ୍ତା ୧୧ ଅକ୍ଟୋବରରେ ଉତରାଖଣ୍ଡ ବିପକ୍ଷରେ ଉତରାଖଣ୍ଡରେ ନିଜର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ।

ଅନିଲ କୁମାର ଏସ୍. କହିଥିଲେ ଯେ, ପ୍ରଶିକ୍ଷଣ ଶିବିରରେ ଖେଳାଳିମାନଙ୍କ ଶାରୀରିକ ସକ୍ଷମତା, ଖେଳ ଦକ୍ଷତା, ଦଳଗତ ସମନ୍ୱୟ ଏବଂ ରଣନୀତିକ ପ୍ରସ୍ତୁତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଘରୋଇ କ୍ରିକେଟ୍ ଋତୁରେ ଭାରତୀୟ ରେଳ ଦଳ ଉତମ ପ୍ରଦର୍ଶନ କରିବା ନେଇ ସେ ଆଶା ପ୍ରକାଶ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande