ଦେଶର ବେସାମରିକ ପ୍ରତିରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ଲାଗି ସେନା ତାଲିମ
ପ୍ରଥମ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ୬୦୦ ମାଷ୍ଟର ପ୍ରଶିକ୍ଷକ ରହିବେ ନୂଆଦିଲ୍ଲୀ, ୨୩ ଅକ୍ଟୋବର(ହି.ସ.) – ଭାରତୀୟ ସେନା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ବେସାମରିକ ପ୍ରତିରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ଲାଗି ମିଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଥମ ପ
ଦେଶର ବେସାମରିକ ପ୍ରତିରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ଲାଗି ସେନା ତାଲିମ


ପ୍ରଥମ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ୬୦୦ ମାଷ୍ଟର ପ୍ରଶିକ୍ଷକ ରହିବେ

ନୂଆଦିଲ୍ଲୀ, ୨୩ ଅକ୍ଟୋବର(ହି.ସ.) – ଭାରତୀୟ ସେନା ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ବେସାମରିକ ପ୍ରତିରକ୍ଷା ନେଟୱାର୍କକୁ ସୁଦୃଢ଼ କରିବା ଲାଗି ମିଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ, ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ୬୦୦ ଜଣ ବେସାମରିକ ପ୍ରତିରକ୍ଷା ମାଷ୍ଟର ପ୍ରଶିକ୍ଷକଙ୍କୁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ତିନି ଦିନିଆ ସ୍ୱତନ୍ତ୍ର ତାଲିମ ଦିଆଯିବ। ଏହି ପଦକ୍ଷେପ ଅଧୀନରେ ତାଲିମ ପ୍ରାପ୍ତ ପ୍ରତ୍ୟେକ ମାଷ୍ଟର ପ୍ରଶିକ୍ଷକ ନିଜ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳରେ ୧୦୦ ଜଣ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେବେ। ଏହାର ଲକ୍ଷ୍ୟ ହେଉଛି ମୋଟ ୬୦,୦୦୦ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦେବା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ଦିନ ଏକ ବିବୃତିରେ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ, ଦେଶରେ ସମସାମୟିକ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଆଧୁନିକ ବ୍ୟବସ୍ଥା, ପ୍ରଯୁକ୍ତିବିଦ୍ୟା ଏବଂ ସାମର୍ଥ୍ୟ ସହିତ ଏକ ଶକ୍ତିଶାଳୀ ବେସାମରିକ ପ୍ରତିରକ୍ଷା ନେଟୱାର୍କ ବିକଶିତ କରାଯାଉଛି। ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ନେଟୱାର୍କ ନିର୍ମାଣ ବିଷୟରେ ଘୋଷଣା କରିଥିଲେ।

ମନ୍ତ୍ରଣାଳୟ ଅନୁଯାୟୀ, ଅଗ୍ନିଶମ ସେବା, ବେସାମରିକ ପ୍ରତିରକ୍ଷା ଏବଂ ହୋମ୍ ଗାର୍ଡ଼ ମହାନିର୍ଦ୍ଦେଶାଳୟ ଭାରତୀୟ ସେନା ସହିତ ସମନ୍ୱୟ ରକ୍ଷା କରି ଏହି ସ୍ୱତନ୍ତ୍ର ପାଇଲଟ ପଦକ୍ଷେପ ପରିଚାଳନା କରିବେ। ଏହା ଅଧୀନରେ ପ୍ରତ୍ୟେକ ଅଂଶଗ୍ରହଣକାରୀ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳରୁ ୫୦ ଜଣ ମାଷ୍ଟର ପ୍ରଶିକ୍ଷକଙ୍କୁ ଚୟନ କରାଯିବ ଏବଂ ଭାରତୀୟ ସେନାର ନିର୍ଦ୍ଦିଷ୍ଟ ତାଲିମ ପ୍ରତିଷ୍ଠାନରେ ତାଲିମ ଦିଆଯିବ। ଜରୁରୀକାଳୀନ ପରିସ୍ଥିତି ଏବଂ ଉଦୀୟମାନ ସୁରକ୍ଷା ବିପଦର ମୁକାବିଲା ପାଇଁ ବେସାମରିକ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରସ୍ତୁତିରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏହା ହେଉଛି ପ୍ରଥମ ପ୍ରକାରର ମିଳିତ ତାଲିମ ପଦକ୍ଷେପ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande