ରମେଲା ସେତୁରେ ଦୁର୍ଘଟଣା: ବାଡ଼ରେ ପିଟି ହୋଇ ବାଇକ୍ ଚାଳକ ଗୁରୁତର
Accident at Rampela Bridge
ରମେଲା ସେତୁରେ ଦୁର୍ଘଟଣା: ବାଡ଼ରେ ପିଟି ହୋଇ ବାଇକ୍ ଚାଳକ ଗୁରୁତର


ଝାରସୁଗୁଡା, 24 ଅକ୍ଟୋବର (ହି.ସ.): ରମେଲା ସେତୁର ବାଡ଼ରେ ପିଟି ହୋଇ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଳକଙ୍କ ପରିଚୟ ଏଯାଏଁ ଜଣାପଡ଼ିନଥିବା ବେଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ପଠାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୯ ଟା ସମୟରେ ଓଆର୍୧୭ଡି-୮୪୮୩ ନମ୍ବର ବିଶିଷ୍ଟ ଏକ ବାଇକ୍ରେ ଚାଳକ ଜଣକ କୁମ୍ଭାରବନ୍ଧ ପଟରୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଅଭିମୁଖେ ଯାଉଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ରମେଲା ସେତୁର ବାଡ଼ରେ ପିଟି ହୋଇଯାଇଥିଲେ। ଦୁର୍ଘଟଣା ପରେ ସେ ଅଚେତ ଅବସ୍ଥାରେ ସେତୁ ବାଡ଼ ନିକଟରେ ପଡ଼ି ରହିଥିଲେ।

ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରୁଥିବା ସମୟରେ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳାଇ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଜେଏସ୍ଡବ୍ଲ୍ୟୁ ଆମ୍ବୁଲାନ୍ସ ସହାୟତାରେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା।

ଆହତ ଚାଳକ ଅଚେତ ଅବସ୍ଥାରେ ଥିବାରୁ ତାଙ୍କ ପରିଚୟ ମିଳିପାରିନାହିଁ। ଏନେଇ ରେଙ୍ଗାଲି ପୁଲିସକୁ ସୂଚନା ଦିଆଯାଇଛି। ଖବର ଲେଖାଯିବା ସୁଦ୍ଧା ଆହତ ବାଇକ୍ ଚାଳକଙ୍କ ପରିଚୟ ଅସ୍ପଷ୍ଟ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande