
ଭୁବନେଶ୍ୱର, 24 ଅକ୍ଟୋବର (ହି.ସ.)- ଆଇଟିବିପିର
ପ୍ରତିଷ୍ଠା ଦିବସରେ ଯବାନମାନଙ୍କ ନିଷ୍ଠାକୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
। ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଇଟିବିପିପ୍ରତିଷ୍ଠା ଦିବସ ଅବସରରେ, ଆମେ ଭାରତ-ତିବ୍ବତ ସୀମା ପୋଲିସ ବାହିନୀର ସାହସୀ ଯବାନମାନଙ୍କୁ
ସେମାନଙ୍କର ବୀରତ୍ୱ, ନିଷ୍ଠା ଏବଂ ଦେଶର ସୀମା ସୁରକ୍ଷା ପ୍ରତି ଅଟଳ ପ୍ରତିବଦ୍ଧତା ପାଇଁ ଶ୍ରଦ୍ଧାପୂର୍ବକ ସଲାମ
ଜଣାଉଛୁ। କଠିନ ପରିସ୍ଥିତିରେ ସେମାନଙ୍କର ବୀରତ୍ୱ, ତ୍ୟାଗ ଓ ନିଃସ୍ୱାର୍ଥପର ସେବା ସମଗ୍ର ଦେଶ ପାଇଁ ଗର୍ବ ଓ ପ୍ରେରଣାର
ଉତ୍ସ। ଦେଶ ପ୍ରତି ସେମାନଙ୍କର ଅତୁଳନୀୟ ସେବା ଓ କର୍ତ୍ତବ୍ୟନିଷ୍ଠା ପାଇଁ ରାଷ୍ଟ୍ର ସର୍ବଦା
କୃତଜ୍ଞ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା