
ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୩୯ତମ ସଂସ୍କରଣ ଶୁଣିଛନ୍ତି।
ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ୧୨ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଅଞ୍ଚଳର ପାରମ୍ପରିକ କଳା ଓ କାରିଗରୀ କୌଶଳ, ପ୍ରକୃତି ପ୍ରତି ସମ୍ମାନ, ସ୍ୱଚ୍ଛ ଭାରତ, ‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଭଳି ବିଷୟ ଉପରେ ଆଲୋକପାତ କରିଛନ୍ତି।
ଏହା ସହିତ ‘ଇ-ସଞ୍ଜୀବନୀ’ ଯୋଜନା ମାଧ୍ୟମରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଲୋକଙ୍କ ଜୀବନକୁ କିପରି ସରଳ କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ଡା. ମହାଲିଙ୍ଗ ଉଲ୍ଲେଖ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଓ ‘ରାଷ୍ଟ୍ରୀୟ ଏକତା ଦିବସ’, ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀ ଏବଂ ବାଲ୍ମୀକି ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ମହାନ ଭାବନା ଭଳି ପ୍ରେରଣାଦାୟୀ ବାର୍ତ୍ତା ସ୍ଥାନ ପାଇଥିବା ସେ କହିଛନ୍ତି।
ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ସଚେତନତା ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଏହି ମାର୍ଗଦର୍ଶନ ଆଜି ସମଗ୍ର ଦେଶରେ ଏକ ଜନଆନ୍ଦୋଳନର ରୂପ ନେଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ