
ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟଠାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ନୂତନ ସଂସ୍କରଣ ଶୁଣିଛନ୍ତି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ଆଜିର ସମ୍ବୋଧନରେ ମାନନୀୟ ପ୍ରଧାନମନ୍ତ୍ରୀ ଜୀ ‘ମନ୍ କି ବାତ୍’କୁ ଦେଶବାସୀଙ୍କ ନିରନ୍ତର ପ୍ରୟାସକୁ ନିକଟରୁ ବୁଝିବା ଓ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ଏକ ପବିତ୍ର ‘ତୀର୍ଥଯାତ୍ରା’ ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ଆଗାମୀ ପାର୍ବଣ ଋତୁ ପରିପ୍ରେକ୍ଷୀରେ ସ୍ଥାନୀୟ କାରିଗର, ବୁଣାକାର ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଉତ୍ସାହିତ କରିବା ପାଇଁ ‘ଭୋକାଲ୍ ଫର୍ ଲୋକାଲ୍’ର ଆହ୍ୱାନକୁ ଆହୁରି ସୁଦୃଢ଼ କରିବା ସହ ପ୍ରାକୃତିକ କୃଷି ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି ଶବ୍ଦ ଆମକୁ ‘ବିକଶିତ ଭାରତ’ ସହ ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ନୂତନ ଶକ୍ତି, ଉତ୍ସାହ ଓ ସଂକଳ୍ପ ଯୋଗାଏ। ତାଙ୍କର ଏହି ପ୍ରେରଣାଦାୟୀ ବିଚାରକୁ ଆଧାର କରି ଜନଭାଗୀଦାରୀ ମାଧ୍ୟମରେ ଆମ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ