
ଇଟାନଗର, ୨୬ ଅକ୍ଟୋବର (ହି.ସ.)- ଅରୁଣାଚଳ ପ୍ରଦେଶର ‘ସିୟାଙ୍ଗ ଅପର ମଲ୍ଟିପର୍ପଜ୍ ପ୍ରୋଜେକ୍ଟ’କୁ ବିରୋଧ କରି ପୂର୍ବ ସିୟାଙ୍ଗ ଜିଲ୍ଲାର ଯୁବକମାନେ ପାସିଘାଟରେ ବ୍ୟାପକ ହିଂସାକାଣ୍ଡ ଘଟାଇବା ପରେ, ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସେଠାରେ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଫ୍) ଏବଂ ସିଆରପିଏଫ୍ର ଦୁଇଟି କମ୍ପାନୀ ମୁତୟନ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ରବିବାର ସନ୍ଧ୍ୟାରୁ ହିଁ ଆରଏଫ୍ର ମୁତୟନ ଆରମ୍ଭ ହୋଇଯାଇଛି। ପ୍ରାୟ ୨୫୦ ଜଣ ଆରଏଫ୍ ଯବାନ ପାସିଘାଟରେ ପହଂଚିଥିଲେ। ସେମାନଙ୍କୁ ଭାରତୀୟ ବାୟୁସେନାର ବିମାନ ଯୋଗେ ସେଠାକୁ ନିଆଯାଇଥିଲା।
ସୂତ୍ର ଅନୁଯାୟୀ, ଶନିବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ପରେ ପ୍ରାୟ ୨୫୦ ଜଣ ଯବାନଙ୍କୁ ନେଇ ଗଠିତ ଆରଏଫ୍ର ଦୁଇଟି କମ୍ପାନୀକୁ ନଭି ମୁମ୍ବାଇରୁ ଭାରତୀୟ ବାୟୁସେନାର ଏକ ପରିବହନ ବିମାନ ମାଧ୍ୟମରେ ଏୟାରଲିଫ୍ଟ କରାଯାଇଥିଲା। ଏହି ଦଳଗୁଡ଼ିକ ରବିବାର ହିଁ ପାସିଘାଟରେ ପହଂଚିଥିଲେ। ସେମାନଙ୍କୁ ସେଠାରେ ମୁତୟନ କରାଯାଇଛି।
ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଅଂଚଳରେ ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାପିଡ୍ ଆକ୍ସନ୍ ଫୋର୍ସକୁ ପାସିଘାଟ ପଠାଯାଇଛି। ‘ସିୟାଙ୍ଗ ଅପର ମଲ୍ଟିପର୍ପଜ୍ ପ୍ରୋଜେକ୍ଟ’କୁ ନେଇ ଏହି ଅଂଚଳରେ ଉତେଜନା ଲାଗି ରହିଛି। ଏହି କାରଣରୁ ଆରଏଫ୍ ମୁତୟନ କରାଯାଇଛି।
----------------
ହିନ୍ଦୁସ୍ଥାନ ସମାଚାର / ଗଗନ