ସଂସଦରେ ଆଲୋଚନା ପରିବର୍ତେ ବିରୋଧୀମାନେ ଧାରଣା ଦେଉଛନ୍ତି
କଂଗ୍ରେସ ମାନସିକ ଭାବେ ଦେବାଳିଆ: ଜଗଦମ୍ବିକା ପାଲ୍ ନୂଆଦିଲ୍ଲୀ, ୨୬ ଅକ୍ଟୋବର(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ତଥା ଉତର ପ୍ରଦେଶର ଡୁମାରିଆଗଞ୍ଜର ସାଂସଦ ଜଗଦମ୍ବିକା ପାଲ୍ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ସଂସଦରେ ଆଲୋଚନ
ସଂସଦରେ ଆଲୋଚନା ପରିବର୍ତେ ବିରୋଧୀମାନେ ଧାରଣା ଦେଉଛନ୍ତି


କଂଗ୍ରେସ ମାନସିକ ଭାବେ ଦେବାଳିଆ: ଜଗଦମ୍ବିକା ପାଲ୍

ନୂଆଦିଲ୍ଲୀ, ୨୬ ଅକ୍ଟୋବର(ହି.ସ.) – ଭାରତୀୟ ଜନତା ପାର୍ଟି(ବିଜେପି)ର ବରିଷ୍ଠ ନେତା ତଥା ଉତର ପ୍ରଦେଶର ଡୁମାରିଆଗଞ୍ଜର ସାଂସଦ ଜଗଦମ୍ବିକା ପାଲ୍ କଂଗ୍ରେସ ଏବଂ ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ସଂସଦରେ ଆଲୋଚନା ଏବଂ ବିତର୍କ ମାଧ୍ୟମରେ ଲୋକଙ୍କ ପ୍ରସଙ୍ଗ ଉଠାଇବା ପରିବର୍ତେ ବିରୋଧୀମାନେ ଧାରଣାରେ ବସିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ସମ୍ପୂର୍ଣ୍ଣ ମାନସିକ ଦେବାଳିଆ' ହୋଇଯାଇଛି।

ଜଗଦମ୍ବିକା ପାଲ୍ ସୋମବାର ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସଂସଦରେ ବିତର୍କ, ଆଲୋଚନା ଏବଂ ବିଚାରବିମର୍ଶ ମାଧ୍ୟମରେ ଜନସ୍ୱାର୍ଥ ପ୍ରସଙ୍ଗରେ ନିଷ୍ପତି ନେବାର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ବିରୋଧୀ ଦଳର ନେତାମାନଙ୍କର ଦାୟିତ୍ୱ। ଯଦି ବିରୋଧୀ ଦଳ ପ୍ରକୃତରେ ଲୋକଙ୍କ ସ୍ୱାର୍ଥ ଏବଂ ଜନ କୈନ୍ଦ୍ରିକ ବିକାଶ ବିଷୟରେ କଥା ହୁଅନ୍ତି, ତେବେ ସଂସଦକୁ କାର୍ଯ୍ୟ କରିବାକୁ ଦେବା ଉଚିତ୍।

ସେ କହିଥିଲେ ଯେ ପୂର୍ବରୁ ଆୟୋଜିତ ଏହି ସଂସଦୀୟ ସମ୍ମିଳନୀରେ ୨୧ଟି ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ୧୧ଟି ସଦସ୍ୟ ରାଷ୍ଟ୍ର ଏବଂ ୧୦ଟି ଅଂଶୀଦାର ରାଷ୍ଟ୍ର ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀକୁ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ, କିନ୍ତୁ ବିରୋଧୀ ଦଳ ମଧ୍ୟ ଏଥିରେ ଯୋଗ ଦେଇନଥିଲେ।

ସେ କହିଥିଲେ ଯେ ସଂସଦରେ ଦ୍ୱାଦଶ ବ୍ରିକ୍ସ୍ ସଂସଦୀୟ ଫୋରମ୍ ଅନୁଷ୍ଠିତ ହେଉଛି, ଯାହାର ବିଷୟବସ୍ତୁ ହେଉଛି ବିକାଶ। ଏହି ମଂଚ ଅଧିନରେ ସ୍ଥିତିସ୍ଥାପକତା, ନବସୃଜନ, ନିରନ୍ତର ବିକାଶ ଏବଂ ବିଶ୍ୱସ୍ତରୀୟ ସହଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଚାରୋଟି ଅଧିବେଶନ ଅନୁଷ୍ଠିତ ହେବ। ଏଭଳି ଏକ ସମୟରେ ଯେତେବେଳେ ବିଶ୍ୱ ବିଭିନ୍ନ ଅନ୍ତର୍ଜାତୀୟ ଆହ୍ୱାନର ସମ୍ମୁଖୀନ ହେଉଛି, ସେତେବେଳେ ବିରୋଧୀ ଦଳ ନିଜର ଦାୟିତ୍ୱ ବୁଝିବା ଉଚିତ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande