
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)-
ବିପ୍ଲବୀ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଜଂଳି ଜ୍ଞାପନ କରିଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ
କହିଛନ୍ତି ଯେ, ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ, ବିପ୍ଲବୀ ଜୟୀ ରାଜଗୁରୁଙ୍କ
ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଅମର ଆତ୍ମା
ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି। ତାଙ୍କ ନିର୍ଭୀକ ସଂଗ୍ରାମୀ ଜୀବନ, ଅସାଧାରଣ ଦେଶପ୍ରେମ ଓ ଅସୀମ ତ୍ୟାଗ ଚିର ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା