ଯୁବକମାନେ ହେଉଛନ୍ତି ଆମ ସଂଗଠନର ଭବିଷ୍ୟତ- ମନମୋହନ ସାମଲ
ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ଅଛନ୍ତି ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)-ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ଅଛନ୍ତି | ତାଙ୍କର ଅଭିଜ୍ଞତା ଓ ଜ୍ଞାନ ଆଧାରରେ ଓଡ଼ିଶାର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ତାଙ୍କର ପରିଚୟ ରହିଛି | ନିର୍
ମନମୋହନ ସାମଲ


ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ଅଛନ୍ତି

ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)-ପୁରନ୍ଦେଶ୍ୱରୀ ଦୀର୍ଘ ସମୟ ଧରି ଓଡ଼ିଶାରେ ସଂଗଠନ ସହ ଜଡ଼ିତ ଅଛନ୍ତି | ତାଙ୍କର ଅଭିଜ୍ଞତା ଓ ଜ୍ଞାନ ଆଧାରରେ ଓଡ଼ିଶାର ପ୍ରାୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ତାଙ୍କର ପରିଚୟ ରହିଛି | ନିର୍ବାଚନ ପୂର୍ବରୁ ଯେଉଁ ରଣନୀତି ପ୍ରସ୍ତୁତ ହେଉଥିଲା, ସେଥିରେ ମଧ୍ୟ ସେ ସକ୍ରିୟ ଭାବେ ଜଡ଼ିତ ଥିଲେ | ତେଣୁ ଓଡ଼ିଶାରେ ତାଙ୍କୁ ସଂଗଠନ ବୁଝିବା ପାଇଁ ଅଧିକ ସମୟ ଲାଗିବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ସେ କହିଛନ୍ତି ଯେ, ଆମର ଯେଉଁ ଟିମ୍ ଅଛି, ସେହି ସମସ୍ତ ଟିମ୍କୁ ସାଙ୍ଗରେ ନେଇ ସେ କାମ କରିବେ। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢ଼ିବା ହେଉଛି ମୁଖ୍ୟ ଲକ୍ଷ୍ୟ। ସମସ୍ତଙ୍କୁ ଏକାଠି ନେଇ କାମ କଲେ ହିଁ ସଂଗଠନ ଆହୁରି ମଜବୁତ ହେବ | ସେ ଦାୟିତ୍ୱ ନେବା ପରେ ସମସ୍ତଙ୍କ ସହ ପରିଚୟାତ୍ମକ ବୈଠକ, ଚର୍ଚ୍ଚା ଓ ଆଲୋଚନା ହେବ | ମହିଳା ନେତୃତ୍ୱ ଓ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ କେନ୍ଦ୍ରୀୟ ନେତୃତ୍ୱ ଆଗକୁ ବଢ଼ିବାକୁ ଚାହୁଁଛି | ଯୁବକମାନେ ହେଉଛନ୍ତି ଆମ ସଂଗଠନର ଭବିଷ୍ୟତ | ସେମାନଙ୍କୁ ଅଗ୍ରଭାଗରେ ରଖି, ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ଆଗକୁ ବଢ଼ିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande