ଓଡ଼ିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀ
ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)- ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ବିଜେପି ରାଜ୍ୟ ସହପ୍ରଭାରୀ ସ୍ୱଦେଶ ସିଂ । ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ବିଜେପି ରାଜ୍ୟ ସହପ୍ରଭାରୀ ସ୍ୱଦ
ଡି. ପୁରନ୍ଦେଶ୍ୱରୀ


ଭୁବନେଶ୍ୱର, 03 ଅକ୍ଟୋବର (ହି.ସ.)- ଭୁବନେଶ୍ବରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ

ଡି ପୁରନ୍ଦେଶ୍ୱରୀ ଓ ବିଜେପି ରାଜ୍ୟ ସହପ୍ରଭାରୀ ସ୍ୱଦେଶ ସିଂ । ଦୁଇ ଦିନିଆ ଗସ୍ତରେ ଓଡ଼ିଶା

ଆସିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ବିଜେପି ରାଜ୍ୟ ସହପ୍ରଭାରୀ ସ୍ୱଦେଶ

ସିଂ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୁର୍ଣ୍ଣ ପଦାଧିକାରୀ ବୈଠକ । ୩୭

ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀଙ୍କ ସହିତ ପୁରନ୍ଦେଶ୍ୱରୀ କରିବେ ଆଲୋଚନା । ରାଜ୍ୟର ସାମ୍ପ୍ରତିକ

ରାଜନୈତିକ ପରିସ୍ଥିତି ନେଇ ହେବ ଆଲୋଚନା । ନୂଆ ପ୍ରଭାରୀ ଦେବେ ନୂଆ ମନ୍ତ୍ର । ଆଗକୁ ପଂଚାୟତ

ନିର୍ବାଚନ ରହୁଥିବାରୁ ସେ ନେଇ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେଇ ପାରନ୍ତି ପୂରନ୍ଦେଶ୍ୱରୀ ।

ଭୁବନେଶ୍ୱର ପହଂଚିବା ପରେ

ବିଜେପି ନବ ନିଯୁକ୍ତ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାର

ସଂଗଠନ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ । ପଞ୍ଚାୟତ ନିର୍ବାଚନରେ ବିଜୟ ନେଇ ଦୃଢୋକ୍ତି ପ୍ରକାଶ

କରିବା ସହ ସେ କହିଛନ୍ତି ଯେ, ମୋର ସୌଭାଗ୍ୟ ଓଡିଶାର ଦ୍ଵିତୀୟ ଥର ଦାୟିତ୍ୱ ମିଳିଲା ।

ପାର୍ଟିକୁ ମଜବୁତ କରିବା ହିଁ

ଆମର ଏକମାତ୍ର ମିଶନ। ଦଳକୁ ଶକ୍ତିଶାଳୀ କରିବା ସହିତ ସାଧାରଣ ଲୋକଙ୍କ ପାଇଁ କାମ କରିବା ଆମର

ଲକ୍ଷ୍ୟ ବୋଲି କହିଛନ୍ତି ସହ ପ୍ରଭାରୀ ସ୍ୱଦେଶ ସିଂ।

ସମସ୍ତଙ୍କ ସହ ବସି ଆଲୋଚନା କରିବି ଏବଂ ସମସ୍ତେ ମିଶି ଦଳକୁ ଆହୁରି ମଜବୁତ କରିବା ପାଇଁ

କାମ କରିବୁ। ମୁଁ ନିଜେ ଯୁବ ମୋର୍ଚ୍ଚାରେ କାମ

କରିଛି, ଛାତ୍ର ପରିଷଦରେ କାମ କରିଛି। ଯୁବ ସମାଜ ଆମ ସହିତ ଦୃଢ଼ ଭାବେ ଠିଆ

ହୋଇଛି। ଆଜି ସାରା ଦେଶର ଯୁବ ସମାଜ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଏକାଠି ହୋଇଛି ଏବଂ

ଆମ ସରକାର କରିଥିବା କାମକୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande