ଅସଂଗଠିତ, ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ଜାତୀୟ ସାମାଜିକ ସୁରକ୍ଷା ବୋର୍ଡ ଗଠନ ନେଇ ବିଜ୍ଞପ୍ତି ଜାରି
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)। କେନ୍ଦ୍ର ସରକାର ଅସଂଗଠିତ ଶ୍ରମିକ ଏବଂ ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ଜାତୀୟ ସାମାଜିକ ସୁରକ୍ଷା ବୋର୍ଡ ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସୁରକ୍ଷା ସଂହିତା ଅନୁଯାୟୀ ଏହି ବୋର୍ଡ ଗଠନର ଆଧିକାରିକ ବି
केंद्रीय श्रम एवं रोजगार मंत्रालय


ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)। କେନ୍ଦ୍ର ସରକାର ଅସଂଗଠିତ ଶ୍ରମିକ ଏବଂ ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ଜାତୀୟ ସାମାଜିକ ସୁରକ୍ଷା ବୋର୍ଡ ଗଠନ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସୁରକ୍ଷା ସଂହିତା ଅନୁଯାୟୀ ଏହି ବୋର୍ଡ ଗଠନର ଆଧିକାରିକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସହ ଡିଜିଟାଲ୍ ପ୍ଲାଟଫର୍ମରେ କାମ କରୁଥିବା ଶ୍ରମିକଙ୍କୁ ମଧ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥାର ପରିସରଭୁକ୍ତ କରିବା।

କେନ୍ଦ୍ରୀୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅନୁଯାୟୀ, ଏହି ବୋର୍ଡଗୁଡ଼ିକର ଅଧ୍ୟକ୍ଷତା କେନ୍ଦ୍ରୀୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ କରିବେ। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ଏଗ୍ରିଗେଟର କମ୍ପାନୀ, ନିଯୋଜକ, ନାଗରିକ ସମାଜ ସଂଗଠନ, ଶ୍ରମିକ ସଂଘ ଏବଂ ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକ ସଂଗଠନର ପ୍ରତିନିଧିମାନେ ସାମିଲ ହେବେ।

ଜାତୀୟ ସାମାଜିକ ସୁରକ୍ଷା ବୋର୍ଡ ଅସଂଗଠିତ ଶ୍ରମିକ ଏବଂ ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ଲକ୍ଷ୍ୟଭିତ୍ତିକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବା, ଏହାର ତଦାରଖ କରିବା ଏବଂ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବା କାର୍ଯ୍ୟ କରିବ। ଏହାଦ୍ୱାରା ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ଅଭାବ ଦୂର କରିବା ଲକ୍ଷ୍ୟ ରଖାଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ସାମାଜିକ ସୁରକ୍ଷା ବୋର୍ଡର ବୈଠକ ବର୍ଷକୁ ଅତି କମ୍ରେ ତିନିଥର ଅନୁଷ୍ଠିତ ହେବ। ବୈଠକର କାର୍ଯ୍ୟପ୍ରଣାଳୀ ସମ୍ପର୍କିତ ନିୟମ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଲାଗୁ ହେବ।

ଏହି ବୋର୍ଡ ଅସଂଗଠିତ ଶ୍ରମିକ, ଗିଗ୍ ଶ୍ରମିକ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ବିଭିନ୍ନ ବର୍ଗ ପାଇଁ ଉପଯୁକ୍ତ ସାମାଜିକ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ। ଏହାବ୍ୟତୀତ ସାମାଜିକ ସୁରକ୍ଷା ସଂହିତାର ପ୍ରଶାସନ ସହ ଜଡ଼ିତ ଯେଉଁ ବିଷୟଗୁଡ଼ିକ ସରକାରଙ୍କ ପକ୍ଷରୁ ବୋର୍ଡକୁ ପଠାଯିବ, ସେସବୁ ଉପରେ ମଧ୍ୟ ପରାମର୍ଶ ଦେବ।

ବୋର୍ଡ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକର ତଦାରଖ କରିବ। ଏଥିସହ ରାଜ୍ୟ ସ୍ତରରେ ରେକର୍ଡ ରଖିବା ବ୍ୟବସ୍ଥାର ସମୀକ୍ଷା, ପାଣ୍ଠି ଓ ହିସାବ ଖାତାରୁ ହୋଇଥିବା ଖର୍ଚ୍ଚର ଯାଞ୍ଚ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ତୁଲାଇବ।

ଏହି ପଦକ୍ଷେପ ମାଧ୍ୟମରେ ଗିଗ୍ ଓ ପ୍ଲାଟଫର୍ମ ଶ୍ରମିକଙ୍କୁ ମଧ୍ୟ ଦେଶର ଔପଚାରିକ ସାମାଜିକ ସୁରକ୍ଷା ବ୍ୟବସ୍ଥା ସହ ଯୋଡ଼ିବା ଦିଗରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande